ଉତ୍କଳ ଗ୍ୟାଲେରିଆର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର – ଭୁବନେଶ୍ୱରରେ ଥିବା ଅତ୍ୟାଧୁନିକ ସପିଂ ମଲ୍‌ ଉତ୍କଳ କନିକା ଗ୍ୟାଲେରିଆର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଏହି ଅବସରେ ସେଠାରେ ଅନେକ ସାଂସ୍କୃତିକ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ସପିଂ ଫେଷ୍ଟିଭାଲ୍‌ର ଗ୍ରାହକମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶ୍ୱାଶତ ଯୋଶୀ ଏବଂ ଅଲିଉଡ୍‌ ଅଭିନେତ୍ରୀ ଜାଗୃତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍କଳ କନିକା ଗ୍ୟାଲେରୀର ନିର୍ଦେଶିକା ପୂର୍ଣ୍ଣିମା ବେଦ୍‌ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ।

Comments are closed.