ଉତ୍କଳ ବାଳାଶ୍ରମରେ ଦୀପାବଳୀ ପାଳିଲେ ଯାଜପୁର ଜିଲାପାଳ ଓ ବିଧାୟକ

ଯାଜପୁର : ଆଲୋକର ପର୍ବ ଦିପାବଳୀ ପାଇଁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଆଡେ ଉତ୍ସବର ପରିବେଶ । ଏହି ଅବସରରେ ଯାଜପୁରର ଉତ୍କଳ ବାଳାଶ୍ରମରେ ଦୀପାବଳି ପାଳନ କରିଛନ୍ତି ଜିଲାପାଳ ଏବଂ ବିଧାୟକ ।  ଜିଲାପାଳ ରଂଜନ କୁମାର ଦାସ ବାଳାଶ୍ରମ ପରିସରରେ କୁନି କୁନି ଅନାଥ ମାନଙ୍କ ସହିତ ଏହି ଦୀପାବଳିକୁ ପାଳନ କରିଛନ୍ତି । ଜିଲାପାଳ, ଦୀପାବଳି ଅବସରରେ ପ୍ରତ୍ୟେକ ଅନ୍ତେବାସୀଙ୍କୁ ନିଜ ହାତରେ ମିଠା ବଣ୍ଟନ କରିଥିଲେ । ଏହାପରେ ପ୍ରତ୍ୟେକଙ୍କୁ ବିଭିନ୍ନ ପ୍ରକାରର ବାଣ ଉପହାର ଦେବା ସହିତ ସେମାନଙ୍କ ସହିତ ବାଣ ମଧ୍ୟ ପୁଂଟାଇଥିଲେ ।

ସେହିପରି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉତ୍କଳ ବାଳାଶ୍ରମ ରେ ପହଞ୍ଚି ଛୋଟ ଛୋଟ ପିଲାଙ୍କ ସହିତ ବାଣ ପୁଂଟାଇ ଦୀପାବଳି ପାଳନ କରିଥିଲେ । ଏଥିସହିତ ଅନ୍ତେବାସୀ ମାନଙ୍କୁ ନୂତନ ବସ୍ତ୍ର ବଣ୍ଟନ କରିଥିଲେ । ଏଭଳି ଏକ ନିଆରା ଦିପାବଳି ପାଳନ କରି ବେଶ ଖୁସି ଅନୁଭବ କରିଥିଲେ ଜିଲାପାଳ ଏବଂ ବିଧାୟକ । ଏହି ଅବସରରେ ଜିଲା ରେଡ଼କ୍ରସ ସମ୍ପାଦକ କୁଳମଣି ନାୟକ, ପୂର୍ବତନ ପୌରପାଳ ଭଵ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି ଅନ୍ତବାସୀଙ୍କ ସହ ଦୀପାବଳି ପାଳନ କରିଥିଲେ ।

Comments are closed.