ଉତ୍କଳ ଆଲୁମିନା ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

କଲମପୁର : ପରିବେଶ ସୁରକ୍ଷା ଓ ନିରନ୍ତର ବିକାଶକୁ ନେଇ ସଚେତନତା ସୃଷ୍ଟି କରିବାର ଅଂଶ ସ୍ୱରୂପ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨୦୨୦ ଜୁନ ୫ରେ ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଓ ବାପହିଲମାଲି ବକ୍ସାଇଟ ଖଣିରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଚଳିତ ବର୍ଷ ଉତ୍ସବ ପାଳନରେ ବ୍ୟାପକ ବୃକ୍ଷରୋପକ୍ଷ ଅଭିଯାନ, ସଚେତନତା କାର୍ଯ୍ୟକ୍ରମ ଓ ପରିବେଶ ବିଷୟ ଉପରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ, ୨୦୨୦ର ବିଷୟବସ୍ତୁ ଥିଲା “ଜୈବ ବିବିଧତା-ତୃଣର କ୍ଷତି ଓ ପ୍ରାକୃତିଦ ଦୁନିଆରେ ହେଉଥିବା ବିଘଟନରେ ହେଉଥିବା ବୃଦ୍ଧିକୁ ରୋକିବା ଲାଗି ପଦକ୍ଷେପଗ୍ରହଣ କରିବାର ଆହ୍ୱାନ”। ଏହି ଅବସରରେ ଉଭୟ ବାଫଲାମାଲି ଖଣି ଓ ୟୁଏଲଆଇଏଲ ରିଫାଇନାରିରେ ଜୈବ ବିବିଧତାର ସଂରକ୍ଷଣ ବିଷୟ ଉପରେ ପ୍ରବନ୍ଧ, ପୋଷ୍ଟର ଓ ସ୍ଲୋଗାନ ପ୍ରତିଯୋଗିତା ଭଳି ବିଭିନ୍ନ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମକୁ ଅନଲାଇନରେ ଆୟୋଜନ କରାଯାଇଥିଲା ଯେଉଁଥିରେ କର୍ମଚାରୀ,  ସହାୟକ ସହଯୋଗୀ, ସ୍କୁଲ ପିଲା ଓ ଟାଉନସିପର ବାସିନ୍ଦାମାନେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ ଓ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ମହତ ଦିବସରେ କୋଭିଡ-୧୯କୁ ଦୃଷ୍ଟିରେ ରଖି ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରି ଉଭୟ ଖଣି ଓ ଉତ୍କଳ ଟାଉନସିପରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଶ୍ରୀଯୁକ୍ତ ଏନ ନାଗେଶ, ୟୁନିଟ ମୁଖ୍ୟ, ୟୁଏଆଇଏଲ୍ ଓ ସଭାପତି ଶ୍ରୀଯୁକ୍ତ ଆର ଏନ ମିଶ୍ର, ହେଡ ଅପରେସନ ଆଣ୍ଡ ଏନଭାରମେଣ୍ଟ, ମୁକେଶ ଝା,ଜିଏମ୍ (ମାଇନ୍ସ) ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ସେମାନଙ୍କ ମୂଲ୍ୟବାନ ମତ ଉପସ୍ଥାପନ କରିଥିଲେ ଏବଂ ଆମର ପରିବେଶ ବ୍ୟବସ୍ଥା ବିକଶିତ ବିକଶିତ ହୋଇଛି ଏବଂ ପରିବେଶ ଉପରେ ରହିଥିବା ପ୍ରଭାବ ବିଷୟରେ ଚିନ୍ତା କରିବାକୁ ସେ ଉପସ୍ଥିତ ଲୋକଙ୍କୁ  ଆହ୍ୱାନ ଦେଇଥିଲେ ଏବଂ ଏହି ୟୁନିଟକୁ ଅଧିକ ପରିବେଶ ମିତବ୍ୟୟୀ କରିବା ଲାଗି ଉପାୟକୁ ନେଇ ପରାମର୍ଶଦେଇଥିଲେ।

ଶ୍ରୀଯୁକ୍ତ ଏନ ନାଗେଶ ଦୋହରାଇଛନ୍ତି ଯେ, ଜୈବ ବିବିଧତାରେ ସମୃଦ୍ଧ ଏକ ସୁସ୍ଥକର ପରିବେଶ ମାନବଜାତି ବଂଚିରହିବା ଲାଗି ମୌଳିକ ଆବଶ୍ୟକତା। ପରିବେଶ ବ୍ୟବସ୍ଥା ମାନବ ଜୀବକୁ ବିଭିନ୍ନ ଉପାୟରେ ବଜାୟ ରଖେ ଯଥା ଆମର ବାୟୁକୁ ସ୍ୱଚ୍ଛ କରିବା, ଆମର ଜଳକୁ ସ୍ୱଚ୍ଛ କରିଥାଏ ଏବଂ ପୁଷ୍ଟିଯୁକ୍ତ ଖାଦ୍ୟ, ପ୍ରକୃତିକ ଭିତିକ ଔଷଧ ଏବଂ କଞ୍ଚାମାଲ ଉପଲବ୍ଧତାକୁ ନିଶ୍ଚିତ କରିଥାଏ ଏବଂ ବିପର୍ଯ୍ୟୟର ବାରମ୍ବାରତାକୁ ହ୍ରାସ କରିଥାଏ। ସୁସ୍ଥକର ପରିବେଶ ପାଇଁ ଆମର ପରିବେଶକୁ ସ୍ୱଚ୍ଛ ଓ ସବୁଜ ରଖିବାକୁ ହେବ।

Comments are closed.