ବନ୍ଦ ପାଳନ ଯୋଗୁଁ ଉତ୍କଳ ବିଶ୍ବବିଦ୍ୟାଳୟର ପରୀକ୍ଷା ବାତିଲ

ଭୁବନେଶ୍ବର: ଆସନ୍ତାକାଲି ହେବାକୁ ଥିବା ଭାରତ ବନ୍ଦ ପାଳନର ପ୍ରଭାବ ଶିକ୍ଷାର୍ଥୀ ଓ ପରୀକ୍ଷାର୍ଥୀଙ୍କ ଉପରେ ପଡିଥିବା ଦେଖିବାକୁ ମିଳିଛି। ବନ୍ଦ ପାଳନକୁ ଦୃଷ୍ଟରେ ଉତ୍କଳ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତାକାଲି ହେବାକୁ ଥିବା ପରୀକ୍ଷାର ପୁନଃ ତାରିଖ ନିର୍ଦ୍ଧାରଣ ହେବା ପରେ ସେହି ବିଷୟର ପରୀକ୍ଷା ହେବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।