କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଯୁଗ୍ମସଚିବ ଉଷା ପାଢ଼ୀଙ୍କ ନନ୍ଦପୁର ବ୍ଲକ ଗସ୍ତ

କୋରାପୁଟ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଉଷା ପାଢୀଙ୍କ ଆଜିର କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି। ଏହି ଅବସରରେ ସେ ବିଶାଖାପାଟଣା ପଟରୁ ଆସି ପ୍ରଥମେ ନନ୍ଦପୁର ବ୍ଲକ ଗସ୍ତ କରିଛନ୍ତି। ବ୍ଲକ ଅଧିନ ଚାଟୁଆ ପଞ୍ଚାୟତର ଡୁରୁବା କଫି ନର୍ସରୀ ବୁଲି କଫିଚାଷ ସମ୍ପର୍କରେ ବୁଝିଥିଲେ। ସେଠାରୁ ପାଡୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି, ପାଡୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ୫ଟି ରୂପାନ୍ତର, ଡ଼ିପି କ୍ୟାମ୍ପ ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେଠାରୁ ଥୁବା ପଞ୍ଚାୟତର ଶୁକ୍ରୀପୁଟ ଗ୍ରାମରେ ଥିବା ଉଦ୍ୟାନ ବିଭାଗ ନର୍ସରୀ ପରିଦର୍ଶନ କରି ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ମିଶନଶକ୍ତି କାଫେ ପରିଦର୍ଶନ କରିଛନ୍ତି। ସବୁଠି ମହିଳା ଏସଏଚଜିମାନଙ୍କୁ ଭେଟି ଜୀବନ ଜୀବିକା ସମ୍ପର୍କରେ ଆଲୋଚନା କରିଥିଲେ। ଆଜିର ଏହି ଯୁଗ୍ମ ସଚିବଙ୍କ ଗସ୍ତ ସମୟରେ କୋରାପୁଟ ଜିଲ୍ଲାପାଳ ଅବଦଲ ଏମ ଆଖତର, କୋରାପୁଟ କଫି ବୋର୍ଡ ନିର୍ଦ୍ଦେଶକ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଅରୁଣ ପାଢ଼ୀ, ଜିଲ୍ଲା ଶିକ୍ଷାଧିକାରୀ ରାମ ନାହାକ, ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ, ଜିଲ୍ଲା ଜୀବିକା ମିଶନ ପ୍ରକଳ୍ପ ପରିଚାଳକ, ନନ୍ଦପୁର ବିଡ଼ିଓ ରଜନୀକାନ୍ତ ଦାସ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଦୁବରାଜ ମୁର୍ମୁ, ସହକାରୀ ଶିକ୍ଷା ଅଧିକାରୀ ଗୁରୁନାଥ ମାଝି ପ୍ରମୁଖ ଉପସ୍ଥିତ ଥିଲେ। ନନ୍ଦପୁର ଓ ପାଡୁଆ ପୁଲିସ ଦ୍ବାରା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Comments are closed.