କୃଷକ ଆନ୍ଦୋଳନକୁ ସମର୍ଥନ ଆଳରେ ଟ୍ୱିଟର ପୋଷ୍ଟରେ ଟୁଲ୍‍ କିଟ୍‍ ବ୍ୟବହାର, ଦିଲ୍ଲୀ ପୁଲିସର ଏତଲା ଦାୟର

ଦିଲ୍ଲୀ ପୁଲିସ୍‍ ଆନ୍ଦୋଳନରତ କୃଷକମାନଙ୍କୁ ଉସୁକେଇବା ଲାଗି ଟ୍ୱିଟରରେ ଟୁଲ୍‍ କିଟ୍‍ ଜରିଆରେ ହୋଇଥିବା ଉଦ୍ୟମ ବିରୋଧରେ ଏତଲା ଦାୟର୍‍ କରିଛି। ପରିବେଶ କର୍ମୀ ଗ୍ରେଟା ଥର୍ଣ୍ଣବର୍ଗ କରିଥିବା ଏକ ଟ୍ୱିଟର ପୋଷ୍ଟରେ ଟୁଲ୍‍ କିଟ୍‍ ବ୍ୟବହାର କରାଯାଇଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୁଲିସ୍‍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସୂଚନା ମୁତାବକ ଭାରତ ବିରୋଧରେ ଅର୍ଥନୈତିକ, ସାମାଜିକ ଏବଂ ସାଂସ୍କୃତିକ ବିରୋଧାଭାଷ ସୃଷ୍ଟି କରିବା ଦିଗରେ ଏହି ଟୁଲ୍‍ କିଟ୍‍ର ବ୍ୟବହାର କରାଯାଇଥିଲା।

ଦିଲ୍ଲୀ ପୁଲିସ୍‍ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପରିବେଶ କର୍ମୀ ଗ୍ରେଟା ତାଙ୍କ ଟ୍ୱିଟ୍‍ରୁ ଏହି ଟୁଲ୍‍ କିଟ୍‍କୁ ହଟାଇ ଦେଇଛନ୍ତି। ସେ ଭୁଲ୍‍ କ୍ରମେ ଏହି ଟୁଲ୍‍ କିଟ୍‍କୁ ନିଜ ଟ୍ୱିଟ୍‍ର ସହ ପୋଷ୍ଟ କରିଦେଇଥିବା ଜଣାପଡ଼ିଛି।

Comments are closed.