ଶୀତଦିନେ ତ୍ୱଚାକୁ କୋମଳ ଓ ସୁନ୍ଦର କରିବା ପାଇଁ ବ୍ୟବହାର କରନ୍ତୁ ଗୋଲାପ ଜଳ ଓ ଗ୍ଲିସରିନ

ଶୀତଦିନ ଆରମ୍ଭ ହେବା ମାତ୍ରେ ତ୍ୱଚା ଶୁଷ୍କ ଲାଗିବା ସହ ସୌନ୍ଦର୍ଯ୍ୟ ହ୍ରାସ ହେବା ଭଳି ଅନୁଭବ ହୁଏ। ଏହି ସମୟରେ ତ୍ୱଚାପ୍ରତି ଅଧିକ ଯତ୍ନବାନ ହେବା ନିତ୍ୟାନ୍ତ ଆବଶ୍ୟକ। ନଚେନ ଧିରେ ଧିରେ ତ୍ୱଚା ଅଧିକ କଳାପଡ଼ିବା ଆରମ୍ଭ ହୋଇଥାଏ। ତେଣୁ ବିଶେଷ କରି ଶୀତଦିନେ ତ୍ୱଚାକୁ ନରମ ଓ ସୁନ୍ଦର ରଖିବା ପାଇଁ କିଛି ଉପାୟ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଜରୁରୀ। ସେଭଳି କିଛି ଉପାୟ ମଧ୍ୟରୁ ଗୋଲାପ ଜଳ ଓ ଗ୍ଲିସରିନ ତ୍ୱଚା ପାଇଁ କୌଣସି ଆଶୀର୍ବାଦ ଠାରୁ କମ ନୁହେଁ। ଜାଣନ୍ତୁ ଏହାକୁ କିଭଳି ବ୍ୟବହାର କରିବେ…..
୧- ଗ୍ଲିସରିନ ସହ ଗୋଲାପ ଜଳର ମିଶ୍ରଣ ଆପଣଙ୍କ ତ୍ୱଚାକୁ କୋମଳ କରିବା ସହ ସୁନ୍ଦର ମଧ୍ୟ କରିଥାଏ। ଶୀତଦିନରେ ଶୁଷ୍କ ତ୍ୱଚା ସଭିଁଙ୍କ ଚିନ୍ତାର କାରଣ। ତେଣୁ ଶୋଇବା ପୂର୍ବରୁ ରାତିରେ ଗୋଲାପ ଜଳ ଓ ଗ୍ଲିସରିନ ମୁହଁରେ ଲଗାଇ ଶୁଅନ୍ତୁ। ସକାଳେ ମୁହଁ ଧୁଅନ୍ତୁ।
ଏହି ମିଶ୍ରଣକୁ ମୁହଁରେ ଲଗାଇବା ଦ୍ୱାରା ମୁହଁ କୋମଳ, ସୁନ୍ଦର ହୋଇଥାଏ। ତ୍ୱଚାର ଶୁଷ୍କପଣ ଦୂର କରିଥାଏ।
୩- ବୟସ ବୃଦ୍ଧି ଲକ୍ଷଣକୁ କମ କରିବାକୁ ହେଲେ ନିୟମିତ ଗୋଲାପ ଜଳ ବ୍ୟବହାର କରନ୍ତୁ। ଏହା ମୁହଁ କୁଞ୍ଚନ ସମସ୍ୟା ମଧ୍ୟ ଦୂର କରିଥାଏ।
୪- ଗୋଲାପ ଜଳ ଓ ଗ୍ଲିସରିନକୁ ମିଶାଇ ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁର ଦାଗ ଦୂର ହୋଇଥାଏ। ମୁହଁରୁ ପ୍ରାକୃତିକ ଉପାୟରେ ଓ ଆବଶ୍ୟକ ପରିମାଣରେ ତୈଳ ବାହାରିଥାଏ। ସକାଳୁ ରାତି ଯାଏଁ ଆପଣ ସତେଜ ମଧ୍ୟ ଅନୁଭବ କରିଥାଆନ୍ତି।
୫- ରାତିରେ ଏହି ମିଶ୍ରଣକୁ ଲଗାଇବା ଦ୍ୱାରା ଥଣ୍ଡାର ଅନେକ ପ୍ରଭାବରୁ ଏହା ତ୍ୱଚାକୁ ରକ୍ଷା କରିଥାଏ। ମୁହଁର ସୌନ୍ଦର୍ଯ୍ୟ ଓ ରଙ୍ଗକୁ ଦ୍ୱିଗୁଣିତ କରିଥାଏ।

 

Comments are closed.