ପାନପତ୍ରର ରହିଛି ଏହି ଚମତ୍କାରୀ ଗୁଣ; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପାନପତ୍ର ଖୁବ ଚମତ୍କାରୀ। ହିନ୍ଦୁ ମାନ୍ୟତା ଅନୁଯାୟୀ, ପାନପତ୍ର ଖୁବ ଶୁଭ ବୋଲି ବିବେଚନା କରାଯାଇଥାଏ। ଯେକୌଣସି ଶୁଭକାର୍ଯ୍ୟରେ ପୂର୍ବରୁ ହେଉଥିବା ପୂଜାରେ ପାନପତ୍ର ନିଶ୍ଚୟ ବ୍ୟବହାର ହୋଇଥାଏ। ଜାଣନ୍ତୁ ଏହାର ଚମତ୍କାରୀ ଗୁଣ ବିଷୟରେ ………
– ମଙ୍ଗଳବାର ଓ ଶନିବାର ଦିନ ପ୍ରଭୁ ହନୁମାନଙ୍କୁ ୧୨ରୁ ଅଧିକ ପାନପତ୍ର ଅର୍ପଣ କରିବା ଦ୍ୱାରା ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ।
– ବହୁ ପରିଶ୍ରମ କଲେ ମଧ୍ୟ କାର୍ଯ୍ୟରେ ସଫଳତା ମିଳୁନଥିଲେ, ରବିବାର ଦିନ ଘରୁ ବାହାରିବା ସମୟରେ ନିଜ ପକେଟରେ ପାନପତ୍ର ରଖନ୍ତୁ। ଏପରି କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ।
– ପ୍ରଭୁ ଗଣେଶଙ୍କୁ ପାନପତ୍ର ଅର୍ପଣ କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ପ୍ରକାର କଷ୍ଟ ଦୂର ହୋଇଥାଏ।
– ଘରର ମୁଖ୍ୟ ଦ୍ୱାରରେ ପାନପତ୍ରରେ ତୋରଣ କରି ଟାଙ୍ଗନ୍ତୁ। ଏପରି କରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ମାତ୍ର ପ୍ରତ୍ୟେକ ଦିନ ସେହି ପାନ ପତ୍ରକୁ ବଦଳାଇ ଦେବେ।
– ବହୁ ସମୟରେ ଦୃଷ୍ଟି ଲାଗିଛି ବୋଲି କୁହାଯାଏ। ସେହି ସମୟରେ ପାନପତ୍ରରେ କିଛି ଗୋଲାପର ପାଖୁଡ଼ା ରଖି ଖାଇବାକୁ ଦିଅନ୍ତୁ। ଏହି ସମସ୍ୟା ଦୂର ହୋଇଥାଏ।
– ବ୍ୟବସାୟରେ କ୍ଷତି ଲାଗି ରହୁଥିଲେ ପାନପତ୍ର ଦାନ କରନ୍ତୁ। ଏହି ଉପାୟ ବୁଧବାର ଦିନ କରିବା ଅତ୍ୟନ୍ତ ଶୁଭ।

Comments are closed.