ସୌନ୍ଦର୍ୟ୍ୟ ଚର୍ଚ୍ଚାରେ ରସୁଣ

– କେଶ ପାଇଁ ପ୍ରସ୍ତୁତ କରୁଥିବା ପ୍ୟାକ୍‌‌ରେ ରସୁଣ ରସ ମିଶାଇ କେଶରେ ଲଗାନ୍ତୁ। ଏଥିରେ ଥିବା ସେଲେନିୟମ୍ ତତ୍ତ୍ବ କେଶ ସଂକ୍ରମଣରୁ ରକ୍ଷା କରେ।
– ରସୁଣ ୧୦ ପାଖୁଡ଼ାକୁ ନେଇ ସେଥିରେ ଅଳ୍ପ ପାଣି ମିଶାଇବା ପରେ ଭଲଭାବେ ଗ୍ରାଇଣ୍ଡିଂ କରିନେବେ। ସେହି ମିଶ୍ରଣରେ ମହୁ ୩ ଚାମଚ ମିଶାଇ କେଶମୂଳରେ ଲଗାଇ ରଖନ୍ତୁ। ଭଲଭାବେ ମିଶ୍ରଣ କେଶରେ ଶୁଖିବା ପରେ ଶ୍ୟାମ୍ପୁ କରିବେ। ଏହି ମିଶ୍ରଣ ଲଗାଇବା ପରେ କେଶର ଭଲଭାବେ କଣ୍ଡିସନିଂ ହେବା ସହ କେଶ ଝଡ଼ିବା କମ୍ ହୋଇଥାଏ।
– ରସୁଣ ୧୦-୧୨ ପାଖୁଡ଼ା ନେଇ ଚୂନାଚୂନା କରି କାଟିବେ। ସେହି ରସୁଣକୁ ନଡ଼ିଆ ତେଲ କିମ୍ବା ଅଲିଭ ତେଲରେ ମିଶାଇ ୧୦ଦିନ ପର୍ୟ୍ୟନ୍ତ ରଖନ୍ତୁ। ପରେ ସେହି ତେଲରେ କେଶ ମାଲିସ୍ କରିବେ। କେଶର ଘନତ୍ବ ବଢ଼ିବା ସହ ସଂକ୍ରମଣରୁ ରକ୍ଷା ମିଳେ।
– ପିଆଜ ଗୋଟିଏ ଓ ରସୁଣ ୫ ପାଖୁଡ଼ାକୁ ଭଲଭାବେ ଗ୍ରାଇଣ୍ଡିଂ କରି ତାହାର ରସ ବାହାର କରନ୍ତୁ। ଏବେ ରସକୁ ନେଇ କେଶମୂଳରେ ତୁଳା ସାହାଯ୍ୟରେ ଲଗାଇବେ। ୧ ମାସ ଏହି ପ୍ୟାକ୍ ସପ୍ତାହକୁ ଥରୁଟିଏ ଲଗାଇବା ପରେ କେଶର ଘନତ୍ବ ବଢ଼ିଥାଏ।
– ପ୍ରତ୍ୟହ ସକାଳବେଳା ଖାଲିପେଟରେ ରସୁଣ ୨ ପାଖୁଡ଼ା ଖାଇଲେ କେଶର ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳେ।

Comments are closed.