୬ ଦିନର ଶିଶୁକୁ ବ୍ୟାଗରେ ଲୁଚାଇ ନେଉଥିଲେ ମହିଳା; ବିମାନବନ୍ଦରରେ ଧରାପଡ଼ିଲେ

0

ଫିଲିପାଇନ୍ସ: ଏକ ୬ ଦିନର ଶିଶୁକୁ ବ୍ୟାଗରେ ଲୁଚାଇ ନେଉଥିବା ମହିଳା ବିମାନବନ୍ଦରରେ ଧରାପଡ଼ିଛନ୍ତି। ଫିଲିପାଇନ୍ସର ମାନିଲା ବିମାନବନ୍ଦରରେ ପୁଲିସ ତାଙ୍କୁ ଅଟକ ରଖି ଯାଞ୍ଚ କରିବା ପରେ ଗିରଫ କରିଛି। ମାନବ ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ମାନିଲା ବିମାନବନ୍ଦର ପୁଲିସ କହିଛି।

ମହିଳାଙ୍କ ନାମ ଜେନିଫର ଏରିନ ଟାଲବଟ। ତାଙ୍କ ଘର ଉଟାହରେ। ପୂର୍ବରୁ ସେ ଓହିଓରେ ରହୁଥିଲେ। ସେ ଡେଲଟା ଏୟାରଲାଇନ୍ସର ବିମାନରେ ଆମେରିକା ଯିବାକୁ ଉଦ୍ୟମ କରୁଥିଲେ। ତେବେ ତାଙ୍କ ସହିତ ଏକ ଶିଶୁ ଥିବା ସେ ଅପ୍ରବାସନ କେନ୍ଦ୍ରକୁ ଜଣାଇ ନ ଥିଲେ। ମାତ୍ର ବୋର୍ଡିଂ ଗେଟ୍‌ ନିକଟରେ ବିମାନବନ୍ଦର କର୍ମଚାରୀମାନେ ତାଙ୍କୁ ଅଟକାଇ ଯାଞ୍ଚ କରିବା ସମୟରେ ଏକ ବ୍ୟାଗରେ ପିଲାଟି ଥିବା ଜଣାପଡ଼ିଥିଲା। ପିଲାଟି ପାଇଁ ସେ ପାସ୍‌ପୋର୍ଟ, ବୋର୍ଡିଂ ପାସ୍‌ କରି ନ ଥିବାବେଳେ ସରକାରଙ୍କଠାରୁ ଅନୁମତି ମଧ୍ୟ ଆଣି ନ ଥିଲେ। ତେଣୁ କର୍ମଚାରୀମାନେ ତାଙ୍କୁ ଅଟକ ରଖିଥିଲେ। ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।

Leave A Reply