ଆତଙ୍କୀ ଆକ୍ରମଣ ସତର୍କତା ଜାରି କଲା ଆମେରିକା – ପାକିସ୍ତାନ ବାୟୁସୀମା ଏଡାଇ ଯିବାକୁ ପରାମର୍ଶ

ୱାଶିଂଟନ: ପାକିସ୍ତାନରେ ଆତଙ୍କବାଦୀ ସକ୍ରିୟ ଥିବା ଓ ବର୍ଷ ଆରମ୍ଭରେ ସେଠାକାର ବାୟୁସୀମାରେ ବିମାନ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିବା ଜଣାପଡିଛି। ଏ ନେଇ ଆମେରିକା ପାକିସ୍ତାନ ବାୟୁ ସୀମା ଦେଇ ଯିବାକୁ ଥିବା, ଆସିବାକୁ ଥିବା ଆମେରିକୀୟ ବିମାନଗୁଡିକୁ ସତର୍କତାର ସହ ଯାତ୍ରା କରିବାକୁ ପରାମର୍ଶ ଦେଇଛି। ଆମେରିକା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀ ସଂଗଠନଗୁଡିକ ଆମେରିକାର ଉଭୟ ଯାତ୍ରୀବାହୀ ଓ ମାଲବାହୀ ଜାହାଜଗୁଡିକ ଉପରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ଥିବା କୁହାଯାଇଛି ଆମେରିକାର ସଂଘୀୟ ବିମାନ ପ୍ରଶାସନ କହିଛି, ବିମାନ ବନ୍ଦରରେ ଥିବା ଅବସ୍ଥାରେ କିମ୍ବା ଉଡାଣ ଓ ଅବତରଣ ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି।

ଉଭୟ ବିମାନ ବନ୍ଦର ଓ କମ ଉଚ୍ଚତାରେ ଉଡୁଥିବା, ଅବତରଣ କିମ୍ବା ଉଡାଣ ସମୟରେ ଆତଙ୍କବାଦୀ ଆକ୍ରମଣ ନେଇ ଆମେରିକା ଗୁଇନ୍ଦା ସଂସ୍ଥା ସୂଚନା ପାଇଥିବା ଜଣାପଡିଛି। ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ପାକିସ୍ତାନର କେତେକ ଗୋଷ୍ଠୀ ଏଭଳି ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ଆମେରିକାର ସଂଘୀୟ ବିମାନ ପ୍ରଶାସନ କହିଛି। ଆତଙ୍କବାଦୀମାନେ ମ୍ୟାନ ପ୍ୟାଡ଼ସ ବ୍ୟବହାର କରିବା ନେଇ ମଧ୍ୟ ସୂଚନା ଥିବା ପ୍ରଶାସନ କହିଛି।

Comments are closed.