ଶେଷ ମୁହୂର୍ତ୍ତରେ ଆମେରିକାର ୟୁ-ଟର୍ଣ୍ଣ

ୱାଶିଂଟନ: ଇରାନ ଆମେରିକାର ଏକ ଡ୍ରୋନ ଖସାଇଦେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏପରି କି ଗତ ଗୁରୁବାର ଆମେରିକା ଇରାନ ଉପରେ ଆକ୍ରମଣ କରିବ ବୋଲି ନିଷ୍ପତ୍ତି ନେଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁ-ଟର୍ଣ୍ଣ ମାରିଛନ୍ତି। ଇରାନ ଉପରେ ଆକ୍ରମଣରୁ ବିରତ ରହିବାକୁ ଟ୍ରମ୍ପ ନିଷ୍ପତ୍ତି ନେଇଛନ୍ତି ବୋଲି ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।

ଆମେରିକାର ଏକ ଡ୍ରୋନ ବାୟୁସୀମା ଉଲ୍ଲଂଘନ କରିଥିବା ଦର୍ଶାଇ ଇରାନ ତାହାକୁ ଖସାଇ ଦେଇଥିଲା। ଇରାନର ଇସଲାମିକ ରିଭଲ୍ୟୁଶନାରୀ ଗାର୍ଡ କର୍ପ୍ସ(ଆଇଆରଜିସି) କହିଥିଲା, ଯେ ଆମେରିକାର ଡ୍ରୋନ ଅନ୍ତର୍ଜାତୀୟ ଆକାଶ ସୀମା ଉଲ୍ଲଂଘନ କରିବାରୁ ତାହାକୁ ଖସାଇ ଦିଆଯାଇଥିଲା। ମାତ୍ର ଆମେରିକା ପକ୍ଷରୁ ତାହାକୁ ଖଣ୍ଡନ କରାଯାଇଥିଲା। ଟ୍ରମ୍ପ କହିଥିଲେ ଯେ, ଘଟଣାକୁ ନେଇ ଆମର ପଦକ୍ଷେପ କ’ଣ ରହିବ ତାହା ସାରା ବିଶ୍ଵ ଜାଣିବ। ଅନ୍ୟପଟେ ଇରାନର ବିଦେଶ ମନ୍ତ୍ରୀ ମହମ୍ମଦ ଜାଭାଦ ଜାରିଫ କହିଥିଲେ, ଆମେ ଯୁଦ୍ଧ ଚାହୁଁନାହୁଁ। କିନ୍ତୁ ଆମେ ଆମର ଆକାଶ ମାର୍ଗ, ସ୍ଥଳ ଏବଂ ଜଳପଥକୁ ସୁରକ୍ଷା ଦେବୁ।

Comments are closed.