ଗର୍ଭବତୀଙ୍କୁ ଆମେରିକାର ଭିସା କଟକଣା

ୱାଶିଂଟନ : ଗର୍ଭବତୀ ମହିଳାଙ୍କୁ ପର୍ଯ୍ୟଟନ ଭିସା ଦେବା ଉପରେ ଆମେରିକା କଟକଣା ଲାଗୁ କରିଛି। ଆମେରିକା ସମ୍ବିଧାନର ନିୟମ ଅନୁଯାୟୀ ଆମେରିକାରେ ଜନ୍ମ ଲାଭ କରୁଥିବା ପ୍ରତ୍ୟେକ ଶିଶୁ ସେଠାକାର ନାଗରିକତ୍ବ ପାଇଥାଏ। ତେଣୁ ଏପରି ନାଗରିକତ୍ବ ପ୍ରଦାନକୁ ଏଡାଇବା ଲାଗି ଆମେରିକା ନୂଆ ଭିସା ନିୟମ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏପରି ନିୟମକୁ କାର୍ଯ୍ୟକାରୀ କରିବା ଆମେରିକା ପ୍ରଶାସନ ପାଇଁ ​‌ସେପରି ସହଜ ମନେ ହେଉ ନାହିଁ। କାରଣ ଭିସା ପ୍ରଦାନ ସମୟରେ ମହିଳା ଜଣଙ୍କ ଗର୍ଭବତୀ କି ନାହିଁ ତାହା ଜାଣିବା ସବୁ ସମୟରେ ସମ୍ଭବ ନୁହେଁ। ଆଉ ମଧ୍ୟ ମହିଳା ଜଣକ ଗର୍ଭବତୀ ଅଛନ୍ତି କି ନାହିଁ ​‌ ସେସମ୍ପର୍କରେ ପ୍ରଶ୍ନ କରିବାର ଅଧିକାର ପ୍ରଶାସନର ନାହିଁ।

Comments are closed.