ଆବୁ ବକର୍‍ ବାଗ୍‍ଦାଦି ନିହତ : ଘୋଷଣା କଲେ ଟ୍ରମ୍ପ

ସିରିଆ: ଇସ୍‍ଲାମିକ୍‍ ଷ୍ଟେଟ୍‍ ଆତଙ୍କବାଦୀ ସଙ୍ଗଠନର ନୋତା ଆବୁ ବକର୍‍ ବାଗ୍‍ଦାଦି ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନରେ ସିରିଆରେ ନିହତ ହୋଇଛି। ସେ ଏକ ସ୍ଥାନରେ ଆତ୍ମଗୋପନ କରିଥିବାବେଳେ ଆମେରିକା ସୈନ୍ୟଙ୍କ ଆକ୍ରମଣରେ ନିହତ ହୋଇଛି। ଏ ଘଟଣାର ସତ୍ୟାସତ୍ୟ ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣାକୁ ଅପେକ୍ଷା କରାଯାଉଥିଲା। ଆମେରିକା ରାଷ୍ଟ୍ରପତି ରବିବାର ଏ ନେଇ ଘୋଷଣା କରିଛନ୍ତି ଓ କହିଛନ୍ତି, ତାକୁ କୁକୁର ଭଳି ହତ୍ୟା କରାଯାଇଛି।

ବାଗ୍‍ଦାଦି ଓ ତାର ସହଯୋଗୀ ମାନେ ରହୁଥିବା ଏକ ଘର ଓ କାର ଉପରେ ହେଲିକପ୍ଟର ଯୋଗେ ଆକ୍ରମଣ କରାଯାଇଥିବା ଆମେରିକା ସେନା ପକ୍ଷରୁ କୁହାଯାଇଛି। ଲାଦିଲବି ପ୍ରଦେଶର ବାରିଷା ଗ୍ରାମଠାରୁ କିଛି ଦୂରରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି। ଆମେରିକାର ଏହି ଅପରେସନରେ ଜଣେ ବରିଷ୍ଠ ଆଇଏସ ନେତାଙ୍କ ସମେତ ୯ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଆମେରିକାର କୌଣସି ସୈନ୍ୟ ନିହତ ହୋଇ ନ ଥିବା ଟ୍ରମ୍ପ କହିଛନ୍ତି।

 

Comments are closed.