ପାକିସ୍ଥାନ ସମେତ ୩ରାଷ୍ଟ୍ର ଜାତିସଂଘ ମାନବାଧିକାର ପରିଷଦକୁ ମନୋନୀତ ହେବା ପରେ ଆମେରିକାର ନିନ୍ଦା

ଜାତିସଂଘ ମାନବ ଅଧିକାର ପରିଷଦରେ ପାକିସ୍ତାନ, ଚୀନ୍, ରୁଷ ଓ କ୍ୟୁବା ମନୋନୀତ ହେବା ପରେ ଏହି ନିର୍ବାଚନ ପାଇଁ ମାନବିକ ଅଧିକାରର ସୁରକ୍ଷା ଦାୟିତ୍ୱରେ ଥିବା ଜାତିସଂଘ ସଂସ୍ଥାକୁ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ନିନ୍ଦା କରିଛନ୍ତି।

ଗତ ସପ୍ତାହରେ ୟୁରୋପ, ଆମେରିକା ଏବଂ କାନାଡାର କେତେକ ମାନବାଧିକାର ଗୋଷ୍ଠୀ ଜାତିସଂଘ ସଦସ୍ୟ ରାଷ୍ଟ୍ରମାନଙ୍କୁ ଚୀନ୍, ପାକିସ୍ଥାନ, ରୁଷ, ସାଉଦି ଆରବ, କ୍ୟୁବା ଏବଂ ଉଜବେକିସ୍ତାନର ନିର୍ବାଚନକୁ ବିରୋଧ କରିବାକୁ ଆହ୍ୱାନ ଦେଇଥିଲେ। ସେହି ସବୁ ରାଷ୍ଟ୍ରଗୁଡିକରେ ମାନବାଧିକାର ସ୍ଥିତି ଅତ୍ୟନ୍ତ ଦୟନୀୟ ଥିବାରୁ ସେମାନଙ୍କୁ ଜାତିସଂଘ ମାନବାଧିକାର ପରିଷଦକୁ ମନୋନୟନ ନ କରିବାକୁ ଆହ୍ୱାନ ଦିଆଯାଇଥିଲା।

Comments are closed.