ନୂଆଦିଲ୍ଲୀରେ ପହଞ୍ଚିଲେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟେଡ୍‍ ଜେ. ଅଷ୍ଟିନ୍‍

ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟେଡ୍‍ ଜେ. ଅଷ୍ଟିନ୍‍ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ ସମୟରେ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବରିଷ୍ଠ ସରକାରୀ ଅଫିସରମାନଙ୍କୁ ସାକ୍ଷାତ୍‍ କରି ଆଲୋଚନା କରିବେ। ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ଭାଗିଦାରୀକୁ ମଜବୁତ୍‍ କରିବା କଥାବାର୍ତ୍ତାର ମୁଖ୍ୟ କାର୍ଯ୍ୟସୂଚୀ ରହିବ। ଏହାଛଡ଼ା ଏକ ମୁକ୍ତ, ସମୃଦ୍ଧ ତଥା ସହଯୋଗ ମୂଳକ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଗଠନ ଦିଗରେ ସହଯୋଗ ବୃଦ୍ଧି ପାଇଁ ସେମାନେ ଆଲୋଚନା କରିବେ।

ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ଉପରେ ଆଲୋଚନା କରାଯିବାର ଆଶା କରାଯାଉଛି। ଶ୍ରୀ ଅଷ୍ଟିନ୍‍ ତାଙ୍କର
ପ୍ରଥମ ବିଦେଶ ଗସ୍ତରେ ଆସି ଭାରତରେ ପହଞ୍ଚିଥିବାରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଏହି ଚାରି ଦିନିଆ ଗସ୍ତ କାଳରେ ଉଭୟ ଭାରତ ଓ ଆମେରିକା ମଧ୍ୟରେ ଅନେକ ଗୁଡିଏ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

Comments are closed.