ପାକିସ୍ତାନ ନାଗରିକଙ୍କ ଭିସା ଅବଧି ହ୍ରାସ କଲା ଆମେରିକା

0

ନୂଆଦିଲ୍ଲୀ/ଇସଲାମାବାଦ: ଆମେରିକା ପାକିସ୍ତାନ ନାଗରିକଙ୍କୁ ଦେଉଥିବା ଭିସା ଅବଧି ପାଞ୍ଚ ବର୍ଷରୁ ହ୍ରାସ କରି ଏକ ବର୍ଷ କରିଛି। ଇସଲାମାବାଦ୍‍ସ୍ଥିତ ଆମେରିକୀୟ ଦୂତାବାସ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ସାମ୍ବାଦିକ ଏବଂ ଗଣମାଧ୍ୟମ ବ୍ୟକ୍ତି ଆମେରିକାରେ ତିନି ମାସରୁ ଅଧିକ ରହିପାରିବେ ନାହିଁ ଏବଂ ସେଥିପାଇଁ ସେମାନଙ୍କୁ ଭିସା ନବୀକରଣ କରିବାକୁ ପଡ଼ିବ। ମିଳିଥିବା ସୂଚନା ଅନୁଯାୟୀ ଏଚ୍‍ (ଅସ୍ଥାୟୀ କାମ), ଆଇ (ପତ୍ରକାର ଏବଂ ଗଣମାଧ୍ୟମ), ଏଲ୍‍ (କମ୍ପାନୀ ଦ୍ୱାରା ସ୍ଥାନାନ୍ତରଣ) ଏବଂ ଆର୍‍ (ଧାର୍ମିକ କାର୍ଯ୍ୟକର୍ତ୍ତା) ପର୍ଯ୍ୟାୟ ଭିସାଧାରୀଙ୍କୁ ନବୀକରଣ ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ। ସୂଚନା ଯୋଗ୍ୟ ଯେ, ପାକିସ୍ତାନ, ଆମେରିକୀୟ ସମ୍ବାଦଦାତାମାନଙ୍କୁ ତିନି ମାସ ଭିସା ପ୍ରଦାନ କରୁଥିବାରୁ ଆମେରିକା ଏଭଳି ପଦକ୍ଷେପ ନେଇଛି।

Leave A Reply