୩୭୦ ଧାରା ଉଚ୍ଛେଦକୁ ସମର୍ଥନ କଲେ ଆମେରିକା ସାଂସଦ : କହିଲେ ଏହାଦ୍ବାରା ହେବ ଜମ୍ମୁ-କାଶ୍ମୀରର ଆର୍ଥିକ ବିକାଶ

ୱାଶିଂଟନ : ଆମେରିକାର ଜଣେ ପ୍ରଭାବଶାଳୀ ସାଂସଦ ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ନେଇ ସମର୍ଥନ କରିଛନ୍ତି। ଏହାଦ୍ବାରା ଜମ୍ମୁ-କାଶ୍ମୀରର ଆର୍ଥିକ ଅଭିବୃଦ୍ଧି ହେବା ସହିତ ଦୁର୍ନିତୀ, ଭ୍ରଷ୍ଟାଚାର ଇତ୍ୟାଦିରେ ଆକୁଂଶ ଲାଗି ପାରିବ ବୋଲି ସେ କହିଛନ୍ତି। ଦକ୍ଷିଣ କ୍ୟାରୋଲିନାର ରିପବ୍ଲିକାନର ଏହି ସାଂସଦ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସା କରିବା ସହିତ ଏହା ଏକ ଉଚିତ ପଦକ୍ଷେପ ବୋଲି କହିଛନ୍ତି।
ସେ କହିଛନ୍ତି, ଏହାଦ୍ବାରା ଜମ୍ମୁ-କାଶ୍ମୀରରେ ଜାତି, ଧର୍ମକୁ ନେଇ ରହିଥିବା ଭେଦଭାବ ଦୂର ହୋଇପାରିବ। ବିଭିନ୍ନ ରାଜନୈତିକ ଦଳର ସମର୍ଥନରେ ମୋଦୀ ଏହି ନିଷ୍ପତ୍ତି ନେଇଛନ୍ତି ତେଣୁ ଏହା ସ୍ବାଗତ ଯୋଗ୍ୟ ପଦକ୍ଷପ ବୋଲି ସେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ, ଭାରତ ସରକାରଙ୍କ ପକ୍ଷରୁ ଅଗଷ୍ଟ ୦୫ରେ ଜାମ୍ମୁକାଶ୍ମୀରରୁ ୩୭୦ଧାରା ଉଚ୍ଚେଦ କରି ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦିଆଯାଇଥିଲେ।

Comments are closed.