ଭାରତକୁ ମିଳିଲା ୨ଟି ଏମଏଚ-୬୦ ରୋମିଓ ହେଲିକପ୍ଟର

ସାନ ଡିଏଗୋ: ଆମେରିକା ନୌବାହିନୀ ଭାରତକୁ ଦୁଇଟି ସିକୋର୍ସ୍କି (ରୋମିଓ) ଏମଏଚ-୬୦ ହେଲିକପ୍ଟର ହସ୍ତାନ୍ତର କରିଛି । ବିବିଧ ଉଦ୍ଦେଶ୍ୟରେ ବ୍ୟବହାର କରାଯିବାକୁ ସମର୍ଥ ଏହି ହେଲିକପ୍ଟରକୁ ଆମେରିକାର ସାନ ଡିଏଗୋର ନର୍ଥ ଆଇଲ୍ୟାଣ୍ଡସ୍ଥିତ ଆମେରିକୀୟ ନୌବାହିନୀ ଘାଟିରେ ହସ୍ତାନ୍ତର କରାଯାଇଥିଲା । ଏହି ଦୁଇଟି ହେଲିକପ୍ଟରକୁ ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ତରନଜିତ ସିଂହ ସାନ୍ଧୁ ଏବଂ ଭାରତୀୟ ନୌବାହିନୀର ଉପ ମୁଖ୍ୟ ଭାଇସ ଆଡମିରାଲ ରବନିତ ସିଂହ ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ ଯେ ଭାରତ ୨୦୧୯ରେ ଏହିଭଳି ୨୪ଟି ହେଲିକପ୍ଟର ଖରିଦ କରିବାକୁ ଆମେରିକୀୟ କମ୍ପାନୀ ଲକହିଡ ମାର୍ଟିନ ସହିତ ୨.୬ ବିଲିଅନ ଡଲାରର ଏକ ରାଜିନାମା ସ୍ୱାକ୍ଷର କରିଥିଲା । ଏହି ହେଲିକପ୍ଟର ସମୁଦ୍ର ଗର୍ଭରେ ବୁଡାଜାହାଜକୁ ଠାବ କରି ତାହାର ପିଛା କରିବା ସହିତ ତାହାକୁ ଧ୍ୱଂସ କରିବା କ୍ଷମତା ରଖିଛି । ପ୍ରଥମ ଦଫାରେ ଆସିଥିବା ଏହି ଦୁଇ ହେଲିକପ୍ଟରକୁ ଭାରତୀୟ ନୌ ବାହିନୀରେ ସାମିଲ କରାଯିବ ବୋଲି ଜଣାଯାଇଛି ।

Comments are closed.