ଏଫ୍‍-୩୫କୁ ପ୍ରତ୍ୟାହାର କଲା ଆମେରିକା

0

ୱାଶିଂଟନ : ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ଦ୍ରୁତଗାମୀ ତଥା ବ୍ୟୟବହୁଳ ଯୁଦ୍ଧବିମାନ ଏଫ-୩୫କୁ ସେବା ନିବୃତ କରିଛି। ସେପ୍ଟେମ୍ବର ୨୮ରେ ଏହି ବର୍ଗର ଏକ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହି ସବୁ ବିମାନକୁ ସେବାରୁ ହଟାଇ ଦିଆଯାଇଛି। ଏପରି କି ଆମେରିକାର ସହଯୋଗୀ ରାଷ୍ଟ୍ର ବ୍ରିଟେନ ଓ ଇସ୍ରାଏଲ ମଧ୍ୟ ଏହି ଯୁଦ୍ଧ ବିମାନକୁ ଆଂଶିକ ସେବା ନିବୃତ କରିଛନ୍ତି। କେଉଁ ପରିସ୍ଥିତିରେ ଏଫ ୩୫ ଦୁର୍ଘଟଣାଗ୍ରସ୍ତ ହେଲା ତାର ତଦନ୍ତ ଜାରି ରହିଛି। ଆମେରିକା ନୌସେନାରେ ସାମିଲ ଏଫ-୩୫ବି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ତେବେ ବିମାନର ପାଇଲଟ ସୁରକ୍ଷିତ ରହିଥିଲେ। ଇନ୍ଧନ ଟାଙ୍କିରେ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଇଛି। ଆଗାମୀ ଦିନରେ ଏହାର ଆବଶ୍ୟକ ସଂଶୋଧନ କରାଯିବା ପରେ ଏହାକୁ ପୁନଃ ସାମିଲ କରାଯିବ ବୋଲି କୁହାଯାଇଛି।

Leave A Reply