ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ସଂକଟ : ଆଧୁନିକ ଯୁଦ୍ଧ ଜାହାଜ ଓ ପାଟ୍ରିଅଟ୍‍ କ୍ଷେପଣାସ୍ତ୍ର ପଠାଇଲା ଆମେରିକା

ପେଣ୍ଟାଗନ୍‍ : ଇରାନ୍‍ ସହିତ ବିବାଦ ଦେଖାଦେବା ପରେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ସଂକଟ ଘନେଇଛି । ଆମେରିକା ଏକ ଆଧୁନିକ ଯୁଦ୍ଧ ଜାହାଜ ଓ ପାଟ୍ରିଅଟ୍‍ କ୍ଷେପଣାସ୍ତ୍ର ମଧ୍ୟ ପ୍ରାଚ୍ୟରେ ମୁତୟନ କରିବାପାଇଁ ପଠାଇଛି ।

ଆମେରିକା ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍‍ ପକ୍ଷରୁ କୁହାଯାଇଛି, ଆମେରିକୀୟ ସୈନ୍ୟଙ୍କ ବିରୋଧରେ ଇରାନ୍‍ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଯୁଦ୍ଧ ବିମାନ ବହନକାରୀ ’ୟୁଏସ୍‍ଏସ୍‍ ଆର୍ଲିଙ୍ଗଟନ୍‍’ ଉପସାଗରୀୟ ଅଞ୍ଚଳରେ ’ୟୁଏସ୍‍ଏସ୍‍ ଆବ୍ରାହମ୍‍ ଲିଙ୍କ୍‍ନ୍‍’ ଆକ୍ରମଣକାରୀ ଗୋଷ୍ଠୀ ସହିତ ସାମିଲ୍‍ ହେବ । ସେହିପରି କାତାର ବିମାନ ଘାଟୀରେ ୟୁଏସବି-୫୨ ବୋମାବର୍ଷଣକାରୀ ଜାହାଜ
ପହଞ୍ଚିବାରେ ଲାଗିଛନ୍ତି ।

Comments are closed.