ଏପ୍ରିଲରେ ଆମେରିକାରେ ଚାକିରୀ ହରାଇଛନ୍ତି ୨୦ ନିୟୁତ

ୱାଶିଂଟନ : କରୋନା ମହାମାରୀ ଆମେରିକା ସମେତ ବିଶ୍ବର ଅଧିକାଂଶ ଦେଶକୁ କବଳିତ କରିଥିବା ବେଳେ ଅନେକ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହୋଇଛି। ଲକଡାଉନ ଭଳି ସ୍ଥିତି ଯୋଗୁ ସବୁ ଦେଶରେ ଲୋକଙ୍କ ଚାକିରୀ ଉପରେ ପ୍ରଭାବ ପଡିଥିବା ବେଳେ ଆମେରିକାରେ କେବଳ ଏପ୍ରିଲ ମାସରେ ୨୦.୨ ନିୟୁତ ଲୋକଙ୍କ ଚାକିରୀ ଛିନ୍ନ ହୋଇଛି।

କରୋନା ଯୋଗୁ ସ୍କୁଲ, କଲେଜଠୁ ଆରମ୍ଭ କରି ବ୍ୟବସାୟୀକ ପ୍ରତିଷ୍ଠାନ, ଘରୋଇ କମ୍ପାନୀ ଆଦି ବନ୍ଦ ରହିଛି। ଫଳରେ ଏଥିରେ ନିଯୁକ୍ତ ବହୁ ସଂଖ୍ୟାରେ ଲୋକଙ୍କ ଜୀବିକା ଯାଇଛି। ବିଶ୍ବର ପ୍ରଭାବଶାଳୀ ରାଷ୍ଟ୍ର ଆମେରିକା ମଧ୍ୟ ଏଥିରେ ପ୍ରଭାବିତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏପ୍ରିଲରେ ୨୦.୨ ନିୟୁତ ଲୋକଙ୍କ ଚାକିରୀ ଯାଇଥିବା ବେଳେ ମଇ ମାସରେ ମଧ୍ୟ ଏହାଠୁ ଆହୁରି ଅଧିକ ଚାକିରୀ ଯିବାର ସମ୍ଭାବନା ରହିଥିବା ମୁଖ୍ୟ ଅର୍ଥଶାସ୍ତ୍ରୀ ମାର୍କ ଜାଣ୍ଡୀ ଆଶଙ୍କା ପ୍ରକାଶ କରିଛନ୍ତି। ଲକଡାଉନ ହଟିବା ପରେ ଧିରେ ଧିରେ ଚାକିରୀ ହରାଇଥିବା ଲୋକଙ୍କୁ ସୁଯୋଗ ମିଳିପାରେ। ମାତ୍ର ଏପ୍ରିଲରେ ଯାଇଥିବା ଲୋକଙ୍କୁ ଚାକିରୀ ଦେବାକୁ ବର୍ଷାଧିକ ସମୟ ଲାଗିବ ବୋଲି ସେ ଆଶା କରିଛନ୍ତି। କରୋନା ସଂକଟ ଯୋଗୁ ଆମେରିକାରେ ଚାକିରୀ ଯିବାରେ ଲାଗିଛି। ମାର୍ଚରେ ୪.୪ ପ୍ରତିଶତ ଚାକିରୀ ଯାଇଥିବା ବେଳେ ଏବେ ୧୬ ପ୍ରତିଶତରେ ପହଞ୍ଚିଛି। ଯାହା ଚିନ୍ତାଜନକ ବୋଲି ଚର୍ଚା ହେଉଛି।

 

Comments are closed.