ମୋଦୀଙ୍କ ବାୟୋପିକ୍‍ ପରିହାସ ସଦୃଶ : ଉର୍ମିଳା ମାତୋଣ୍ଡକର

ମୁମ୍ବଇ : ଉତ୍ତର ମୁମ୍ବଇ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ରକୁ ନେଇ ସମାଲୋଚନାପୂର୍ବକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ମୋଦୀଙ୍କ ବାୟୋପିକ୍‍ ଏକ ପରିହାସ ସଦୃଶ, କାରଣ ସେ ତାଙ୍କର କୌଣସି ପ୍ରତିଶ୍ରୁତି ପୁରଣ କରିନାହାନ୍ତି। ମୁମ୍ବଇ ମରାଠୀ ପତ୍ରକାର ସଂଘ ସହ ଏକ ବିଶେଷ ସାକ୍ଷାତକାର ସମୟରେ ଉର୍ମିଳା ଏହି ବୟାନ ଦେଇଛନ୍ତି। ସେ କହିଛନ୍ତି, “ମୋଦୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର କେବଳ ପ୍ରଧାନମନ୍ତ୍ରୀଙ୍କ ଉପରେ ଏକ ପରିହାସ ସଦୃଶ, ଆଉ କିଛି ନୁହେଁ। କାରଣ ୫୬ ଇଞ୍ଚ ଛାତିର ଦାବି କରୁଥିବା ବ୍ୟକ୍ତି ଲୋକଙ୍କ ପାଇଁ ଦେଇଥିବା ନିଜ ପ୍ରତିଶ୍ରୁତି ପୁରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ଲୋକତନ୍ତ୍ର, ଦାରିଦ୍ର୍ୟ ଓ ଭାରତର ବିବିଧତା ଉପରେ ଉପହାସ ସଦୃଶ”। ସେ ପୁନଶ୍ଚ କହିଛନ୍ତି, “ ତାଙ୍କ ଜୀବନୀ ଓ ତାଙ୍କ ଅଧୁରା ପ୍ରତିଶ୍ରୁତି ଉପରେ କମେଡ଼ି(ହାସ୍ୟରସାତ୍ମକ) ଚଳଚ୍ଚିତ୍ର ନିର୍ମାଣ ହେବା ଉଚିତ”।

ଉଲ୍ଲେଖଯୋଗ୍ୟ, ବିବେକ ଓବରୟଙ୍କ ଅଭିନୀତ ମୋଦୀଙ୍କ ବାୟୋପିକ୍‍ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ୧୧ ଏପ୍ରିଲରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଏହାର ମୁକ୍ତିଲାଭରେ ରୋକ୍‍ ଲଗାଇଛନ୍ତି।

Comments are closed.