କଂଗ୍ରେସରେ ସାମିଲ ହେଲେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର

0

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। ଉର୍ମିଳା ପାର୍ଟିରେ ସାମିଲ ହୋଇଥିବା କଂଗ୍ରେସର ମିଡିଆ ଉପଦେଷ୍ଟା ରଣଦୀପ ସିଂହ ସୁରଜେୱାଲା ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ ଘୋଷଣା କରିଛନ୍ତି। ଏହି ଅବସରରେ ମୁମ୍ବଇର ଉତ୍ତର-ପଶ୍ଚିମ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ନିରୁପମ୍‍ ଓ ମୁମ୍ବଇ କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେଓରା ମଧ୍ୟ ଉପସ୍ଥିତ ଥିଲେ। ଉର୍ମିଳା ଦଳର ସଦସ୍ୟତା ଗ୍ରହଣ କରିବା ପୂର୍ବରୁ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ।

Leave A Reply