ଶିବସେନାରେ ସାମିଲ ହେଲେ ଏହି ଅଭିନେତ୍ରୀ

ମୁମ୍ବଇ: ବଲିଉଡ୍‌ ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର ଶିବସେନାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ମଙ୍ଗଳବାର ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ​‌ ସେ କଂଗ୍ରେସ ଟିକେଟରେ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

୪୬ ବର୍ଷୀୟା ଏହି ଅଭିନେତ୍ରୀ ଗତବର୍ଷ ସେପ୍ଟେମ୍ବରରେ କଂଗ୍ରେସ ଛାଡ଼ିଥିଲେ। ମଙ୍ଗଳବାର ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାନ୍ଦ୍ରାସ୍ଥିତ ବାସଭବନ ମାତୋଶ୍ରୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶିବସେନାରେ ସାମିଲ ହୋଇଥିଲେ।

ନିକଟରେ ଶିବସେନା ପକ୍ଷରୁ ରାଜ୍ୟପାଳଙ୍କ କୋଟାରୁ ବିଧାନ ପରିଷଦରେ ନାମାଙ୍କନ ପାଇଁ ଊର୍ମିଳାଙ୍କ ନାମ ପଠାଯାଇଥିଲା। ସେ ୨୦୧୯ରେ ଉତ୍ତର ମୁମ୍ବଇ ଆସନରୁ ବିଜେପି ପ୍ରାର୍ଥୀ ଗୋପାଳ ସେଟ୍ଟୀଙ୍କଠାରୁ ପରାଜିତ ହୋଇଥିଲେ।

Comments are closed.