ନାଗରିକତା ଆଇନକୁ ବିରୋଧ କରି ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ କହିଲେ ଉର୍ଦ୍ଦୁ ଲେଖକ ମୁଜତବା ହୁସେନ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ଉର୍ଦ୍ଦୁ ଲେଖକ ମୁଜତବା ହୁସେନ ପୁରସ୍କାରକୁ ଭାରତ ସରକାରଙ୍କୁ ଫେରାଇ ଦେବାପାଇ କହିଛନ୍ତି। ନାଗରିକତା ଆଇନକୁ ନେଇ ବର୍ତ୍ତମାନ ଦେଶରେ ହେଉଥିବା ହିଂସା କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ସେ ନାଗରିକତା ଆଇନକୁ ଗଣତନ୍ତ୍ର ପାଇଁ ବିପଦ ବୋଲି କହିଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ଆମ ଦେଶରେ ଶାସନ ବ୍ୟବସ୍ଥା ଠିକ ଚାଲିନାହିଁ। ବର୍ତ୍ତମାନ ଦେଶରେ ଅସାନ୍ତି ଓ ହିଂସା ଲାଗିରହିଛି। କାହାକୁ ଦେଶରେ ଅଚାନକ ଶପଥ ଗ୍ରହଣ କରାଯାଉଛି ତ ରାତି ରାତି ସରକାର ଗଠନ ହେଉଛି। ଯାହାଦ୍ବାରା ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଯାହା ଗଣତନ୍ତ୍ର ପାଇଁ ଶୁଭ ସଂକେତ ନୁହେଁ। ସେ କହିଛନ୍ତି, ମୁଁ ବର୍ତ୍ତମାନ ୮୭ବର୍ଷ ବୟସରେ ପଦାର୍ପଣ କରିଛି। ଦେଶର ଭବିଷ୍ୟତକୁ ନେଇ ଖୁବ୍ ଚିନ୍ତିତ ଥିବା ଶ୍ରୀ ହୁସେନ କହିଛନ୍ତି।

ଉର୍ଦ୍ଦୁ ଲେଖକ ମୁଜତବା ହୁସେନଙ୍କୁ ୨୦୦୭ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Comments are closed.