ଦେଶର ସହରାଞ୍ଚଳ ହେଲା ବାହ୍ୟ ମଳମୁକ୍ତ

୩୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ : ଦେଶର ସହରାଞ୍ଚଳରେ ବାହ୍ୟ ଶୌଚମୁକ୍ତ ଲକ୍ଷ୍ୟ ପୂରଣ ହୋଇପାରିଛି । ସହରାଞ୍ଚଳ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ୩୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ବାହ୍ୟ ମଳ ମୁକ୍ତ ହୋଇପାରିଛି । ସମସ୍ତ ୪୩୭୨ସହର ମଧ୍ୟରୁ ୪୩୨୦ଟି ସହର ବାହ୍ୟ ଶୌଚମୁକ୍ତ ଘୋଷଣା କରିଯାଇଛି। ଦେଶର ସହରାଞ୍ଚଳରେ ୫୯ଲକ୍ଷ ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ୬୫ଲକ୍ଷ ୮୧ହଜାର ବ୍ୟକ୍ତିଙ୍କ ଘରେ ଏହି ଶୌଚାଳୟ ନିର୍ମାଣ କରାଯାଇପାରିଛି। ଏବଂ ୫ଲକ୍ଷ ୮ହଜାର ସାର୍ବଜନୀନ ଶୌଚାଳୟ ନିର୍ମାଣ ହେବାକୁ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୮୯ହଜାର ସାର୍ବଜନୀନ ଶୌଚାଳୟ ନିର୍ମାଣ କରିପାରିଛି । ସରକାର ଆବର୍ଜନାମୁକ୍ତ ସହର ପାଇଁ ୫ ତାରକା ରେଟିଙ୍ଗ୍‍ ପ୍ରୋଟୋକଲର ଶୁଭାରମ୍ଭ କରିଛନ୍ତି। ଇନ୍ଦୋର, ଆମ୍ବିକାପୁର, ନଭିମୁମ୍ବାଇ ଏବଂ ମହୀଶୂରକୁ ୫ ତାରକା ୫୭ଟି ସହରକୁ ୩ ତାରକା ଏବଂ ୪ଟି ସହରକୁ ଏକ ତାରକା ପ୍ରମାଣ ପତ୍ର କରାଯାଇଛି।

Comments are closed.