୨୦୧୭ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଅନୁଦୀପ ଦୁରିସେଟ୍ଟୀ ଟପର

0

ନୂଆଦିଲ୍ଲୀ : ଭାରତୀୟ ପ୍ରଶାସନିକ ସେବାର ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ୨୦୧୭ ମସିହାରେ ସଂଘ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ୱାର କରାଯାଇଥିବା ଲିଖିତ ପରୀକ୍ଷା ଓ ୨୦୧୮ ମସିହାରେ କରାଯାଇଥିବା ସାକ୍ଷାତକାରର ଫଳ ପ୍ରକାଶିତ ହୋଇଛି ।  upsc.gov.in ଓ https://upsconline.nic.in/ ରେ ଏହାର ପରୀକ୍ଷା ଫଳ ଦେଖି ହେବ । ହାଇଦ୍ରାବାଦର ଅନୁଦୀପ ଦୁରିସେଟ୍ଟୀ ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅନୁକୁମାରୀ ଦ୍ୱିତୀୟ ଓ ସଚୀନ୍‌ ଗୁପ୍ତା ତୃତୀୟ ସ୍ଥାନରେ ଅଛନ୍ତି । ଏହି ପରୀକ୍ଷାରେ ମୋଟ ୯୯୦ ଜଣ କୃତ କାର୍ଯ୍ୟ ହୋଇଛନ୍ତି ।୪୭୬ ଜଣ ସାଧାରଣ ବର୍ଗ, ୨୭୫ ଜଣ ଓବିସି, ୧୬୫ ଜଣ ଏସ୍‌ସି ଓ ୭୪ ଜଣ ଏସ୍‌ଟି ପରୀକ୍ଷାର୍ଥୀ ଏଥିରେ କୃତ କାର୍ଯ୍ୟ ହୋଇଛନ୍ତି।  ଘୋଷିତ ଫଳ ଅନୁଯାୟୀ ମୋଟ୍‍ ୯୯୦ ଜଣ ପ୍ରାର୍ଥୀ ଆଇଏଏସ୍‍, ଆଇଏଫଏସ, ଆଇପିଏସ୍‍, ଓ କେନ୍ଦ୍ରୀୟ ସେବା ଗ୍ରୁପ୍‍-ଏ ଓ ଗ୍ରୁପ୍‍- ବି ଭଳି ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ୯୯୦ଜଣଙ୍କ ମଧ୍ୟରୁ ୭୫୦ଜଣ ପୁରୁଷ ଓ ୨୪୦ଜଣ ମହିଳା। ଗତବର୍ଷ ଅକ୍ଟୋବର ୨୮ ୟୁପିଏସସି ମୁଖ୍ୟ ପରୀକ୍ଷା ହୋଇଥିବାବେଳେ ୨୦୧୮ ଫେବୃଆରୀରୁ ଏପ୍ରିଲ ମଧ୍ୟରେ ସାକ୍ଷାତକାର ପରୀକ୍ଷା ହୋଇଥିଲା। ୨୦୧୭ ଜୁନ୍‍ରେ ପ୍ରାଥମିକ ପରୀକ୍ଷା ହୋଇଥିଲା।

ପରୀକ୍ଷା ଫଳର  ଲିଙ୍କ ତଳେ ଅଛି କ୍ଲିକ୍‌ କରନ୍ତୁ

https://upsconline.nic.in/csm_2017_result.pdf

https://upsconline.nic.in/csm_2017_result.pdf

Leave A Reply