ଅପର କୋଲାବ ଜଳଭଣ୍ଡାର ଫାଟକ ଖୋଲିଲା

0

ଜୟପୁର : ଉପର ମୁଣ୍ଡରେ ପ୍ରବଳ ବର୍ଷା ଜଳଭଣ୍ଡାର ଜଳସ୍ତର ବୃଦ୍ଧି ଯୋଗୁଁ ରବିବାର ଅପରାହ୍ନରେ ଅପର କୋଲାବ ଜଳଭଣ୍ଡାରର ଫାଟକ ଖୋଲାଯାଇଛି । ଜଳଭଣ୍ଡାରର ଗୋଟିଏ ଫାଟକ ଖୋଲାଯାଇଛି।  ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୮୫୮ ମିଟର ।  ତେବେ ଅପର କୋଲାବ ମୁଖ୍ୟ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ରବିବାର ମଧ୍ୟାହ୍ନ ସୁଦ୍ଧା ଏହା ୮୫୬.୬୫ ମିଟରରେ ପହଞ୍ଚିଥିଲା।  ଜଳଭଣ୍ଡାର ଓ ବନ୍ଧର ସୁରକ୍ଷା ଦୃଷ୍ଟିରୁ ଆଜି ଅପରାହ୍ନ ୪ ଘଣ୍ଟା ସମୟରୁ ଜଳଭଣ୍ଡାରର ଫାଟକ ଖୋଲାଯାଇଛି । ତେଣୁ କୋଲାବ ନଦୀ କୂଳରେ  ଏବଂ ତଳିଆ ଅଞ୍ଚଳରେ ବସବାସ କରୁଥିବା ଜନତାଙ୍କୁ ଅପର କୋଲାବ କର୍ତ୍ତୃପକ୍ଷଙ୍କ ତରଫରୁ ପ୍ରଶାସନ ମାଧ୍ୟମରେ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply