ସ୍ୱାଦିଷ୍ଟ ଏବଂ ସ୍ବାସ୍ଥ୍ୟକର ଖାଦ୍ୟ ଉପମା

ଅପମା ଏକ ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ସ୍ବାସ୍ଥ୍ୟକର ଖାଦ୍ୟ। କିନ୍ତୁ କିଛି ଲୋକ ଏହାକୁ ଘରେ ତିଆରି କରିବାକୁ ଅସୁବିଧା ବୋଲି ଭାବନ୍ତି। ଏହି ଉପାୟରେ, ଆମେ ଆପଣଙ୍କୁ ଉପମା ତିଆରି କରିବାର ରେସିପି କହୁଛୁ, ଯାହା ଦ୍ବାରା ଆପଣ ଏହାକୁ ସହଜରେ ପ୍ରସ୍ତୁତ କରିପାରିବେ।

ଆବଶ୍ୟକୀୟ ସାମଗ୍ରୀ : ଏକ କପ୍ ସୁଜି, ଗୋଟିଏ ପିଆଜ (କଟା), ୨ଟି କଞ୍ଚା ଲଙ୍କା (କଟା),  ଗୋଟିଏ କ୍ୟାପସିକମ୍ (କଟା), ଏକ ଚାମଚ ସୋରିଷ ତେଲ, ଅଧା ଚାମଚ ଗରାମ ମସଲା, ଲୁଣ ସ୍ୱାଦ ଅନୁଯାୟୀ।

ପ୍ରସ୍ତୁତ ପ୍ରଣାଳୀ : ସର୍ବପ୍ରଥମେ ଏକ ପାତ୍ରରେ ତେଲ ନେଇ ଗରମ ପାଇଁ ଗ୍ୟାସରେ ରଖନ୍ତୁ। ଫୁଟଣ ଏବଂ କଞ୍ଚା ଲଙ୍କା ପକାନ୍ତୁ। ପରେ ପିଆଜ ଏବଂ କ୍ୟାପସିକମ୍ ପକାଇ ହାଲୁକା ଭାଜନ୍ତୁ। ଗରମ ମସଲା ଏବଂ ଲୁଣ ପକାଇ ମିଶାନ୍ତୁ। ବର୍ତ୍ତମାନ ପାଣି ମିଶାନ୍ତୁ ଏବଂ ଫୁଟିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ପରେ ସୁଜି ମିଶାଇ ଭଲ ଭାବେ ଗେଳାଇ ଘୋଡାଇ ଦିଅନ୍ତୁ। ଦୁଇ ମିନିଟ୍ ପରେ ଘୋଡଣି ଖୋଲନ୍ତୁ ପ୍ରସ୍ତୁତ ହୋଇଗଲା ଉପମା।

Comments are closed.