୨୫ ବର୍ଷ ପରେ ପୁଣି ଉପହାର ସିନେମା ହଲରେ ନିଆଁ

ଡେସ୍କ: ରବିବାର ଦିନ ଦିଲ୍ଲୀର ଗ୍ରୀନ ପାର୍କ ଅଂଚଳରେ ଥିବା ଉପହାର ସିନେମା ହଲରେ ଅଗ୍ନିକାଣ୍ଡ ଘଟିଛି। ୨୫ ବର୍ଷ ପରେ ଉପହାର ସିମେନ ହଲରେ ଏହି ଅଗ୍ନିକାଣ୍ଡ ଘଟିଥିବା ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗ ଆଜି ଭୋର ସମୟ ପ୍ରାୟ ୪.୪୮ ମିନିଟ ବେଳେ ଉପହାର ସିନେମା ହଲ ଭିତରେ ନିଆଁକୁ ଆୟତ୍ତ କରିବା ପାଇଁ ଏକ କଲ ପାଇଥିଲା।

ଦିଲ୍ଲୀ ଅଗ୍ନିଶମ ସେବାର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ, ହଲ୍ ଭିତରେ ରଖାଯାଇଥିବା ଆସନ, ଆସବାବପତ୍ର ଏବଂ ଅବ୍ୟବହୃତ ଜିନିଷ ପୋଡି ପାଉଁଶ ହୋଇଯାଇଛି। ସେ କହିଛନ୍ତି, ତଳ ମହଲାରେ ଥିବା ଚେୟାର, ଆସବାବପତ୍ର ଏବଂ ବାଲକୋନିରେ ନିଆଁ ଲାଗିଯାଇଥିଲା।

୧୯୯୭ ମସିହା ଜୁନ୍ ୧୩ରେ ହିନ୍ଦୀ ଚଳଚ୍ଚିତ୍ର ‘ବର୍ଡ଼ର’ର ସ୍କ୍ରିନିଂ ସମୟରେ ଉପହାର ସିନେମା ହଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୫୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସେହି ଘଟଣାରେ ମାଲିକଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ମାମଲା ଦାୟର କରାଯାଇଥିଲା।

Comments are closed.