କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କୁଶୱାହା

0

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଆରଏଲଏସପି(ରାଷ୍ଟ୍ରୀୟ ଲୋକ ସମତା ପାର୍ଟି) ମୁଖ୍ୟ ଉପେନ୍ଦ୍ର କୁଶୱାହା ଇସ୍ତଫା ଦେଇଛନ୍ତି । ମନ୍ତ୍ରୀପଦ ସହିତ ସେ ଏନଡିଏରୁ ଓହରି ଯାଇଛନ୍ତି। ଏନଡିଏ ଛାଡିଥିବାରୁ କଂଗ୍ରେସ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ୟୁପିଏରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛି।ମିଳିତ ବିରୋଧୀ ମେଣ୍ଟ ପକ୍ଷରୁ ନୂଆଦିଲ୍ଲୀରେ ସୋମବାର ଆୟୋଜିତ  ସମାବେଶରେ ସେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। ତେବେ ଇସ୍ତଫା ଦେବା ପୂର୍ବରୁ ଆଜି ସକାଳେ ସେ  କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ।
୨୦୧୪ରେ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଏନଡିଏର ଅନ୍ୟତମ ସହଯୋଗୀ ଦଳ ଭାବେ ମେଣ୍ଟରେ ସାମିଲ ହୋଇଥିଲା। କେନ୍ଦ୍ର ମନ୍ତ୍ରିପରିଷଦରେ ତାଙ୍କୁ ମାନବ ସମ୍ବଳ ବିକାଶ ଦାୟିତ୍ବ ଦିଆଯାଇଥିଲା। ତେବେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଏନଡିଏ ଛାଡିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ବିହାରରେ ଆସନ ଭାଗବଣ୍ଟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସେ ଇସ୍ତଫା ନେଇଥିବା କୁହାଯାଉଛି।

Leave A Reply