ଟଙ୍କା ମୂଲ୍ୟରେ ବୃହତ୍‌ ହ୍ରାସ: ଡଲାର ବିନିମୟ ମୂଲ୍ୟ ୭୧.୮୧ ଟଙ୍କା

ନୂଆଦିଲ୍ଲୀ  : ସମ୍ପ୍ରତି ବିଶ୍ବରେ ଲାଗି ରହିଥିବା ମାନ୍ଦାବସ୍ଥାରେ ପ୍ରଭାବ ଘରୋଇ ମୁଦ୍ରା ଉପରେ ପଡିଛି । ଅନ୍ତର୍ଜାତୀୟସ୍ତରରେ ଲାଗି ରହିଥିବା ଅସ୍ଥିରତା ଏବଂ ବିଦେଶୀ ପୁଞ୍ଜି ବର୍ହିଗମନ ​ଯୋଗୁ ଗୁରୁବାର ଟଙ୍କା ମୂଲ୍ୟ ୮ମାସର ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିଆସିଛି।

ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଫଳରେ ଘରୋଇ ମୁଦ୍ରା ମୂଲ୍ୟ ଟ ୭୧.୮୧ ରହିଛି।
ଆନ୍ତଃବ୍ୟାଙ୍କ ବିଦେଶୀ ବିନିମୟ ବଜାରରେ ଗୁରୁବାର ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୨୬ ପଇସା ହ୍ରାସ ଘଟି ୭୧ ଟଙ୍କା ୮୧ ପଇସାରେ ବନ୍ଦ ହୋଇଛି। ୨୦୧୮ ଡିସେମ୍ବର ୧୪ ପରେ ଟଙ୍କା ମୂଲ୍ୟରେ ଏହା ହେଉଛି ସବୁଠୁ ସର୍ବନିମ୍ନ।

Comments are closed.