୫୦ ଦିନରେ ଟିକାକରଣ, ୨ କୋଟିରୁ ଅଧିକ ନେଲେଣି କୋଭିଡ ପ୍ରତିଷେଧକ

ଦେଶବାସୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଗତ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା କୋଭିଡ ପ୍ରତିଷେଧକ ଟିକାକରଣ ଆଜି ୫୦ ଦିନରେ ପହଂଚିଛି। ଇତିମଧ୍ୟରେ ୨ କୋଟି ୬ ଲକ୍ଷ ୬୨ ହଜାର ୭୩ ଜଣଙ୍କୁ ଟିକା ଦିଆଯାଇଥିବା ଆଇସିଏମଆର ସୂଚନା ଦେଇଛି। ଏହି ୫୦ ଦିନ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ୬୦ ବର୍ଷରୁ ଅଧିକ ବୟସର ଲୋକ ଏବଂ ୪୫ରୁ ୫୯ ବର୍ଷ ବୟସ ମଧ୍ୟରେ ବହୁବିଧ ରୋଗରେ ପୀଡିତ ଲୋକଙ୍କୁ ଟିକାକରଣ କରାଯାଇଛି।

ଆଜି ସନ୍ଧ୍ୟା ସୁଦ୍ଧା ସାରା ଦେଶରେ ମୋଟ ୨ କୋଟି ୬ ଲକ୍ଷ ୬୨ ହଜାର ୭୩ ଜଣଙ୍କୁ ଟିକା ଦିଆଯାଇଛି। ସେମାନଙ୍କ ମଧ୍ୟରେ ୬୯ ଲକ୍ଷ ୭୫ ହଜାର ୮୫୯ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା, ୩୫ ଲକ୍ଷ ୨୨ ହଜାର ୬୭୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ଵିତୀୟ ଡୋଜ ଟିକା, ୬୫ ଲକ୍ଷ ୨ ହଜାର ୮୬୯ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଟିକା, ୧ ଲକ୍ଷ ୯୭ ହଜାର ୮୫୩ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଦ୍ଵିତୀୟ ଡୋଜ ଟିକା, ୬୦ ବର୍ଷ ବୟସରୁ ଅଧିକ ୪ ଲକ୍ଷ ୬୦ ହଜାର ୭୮୨ ଏବଂ ବହୁବିଧ ରୋଗରେ ପୀଡିତ ୪୫-୫୯ ବର୍ଷ ବୟସର ୩୦ ଲକ୍ଷ ୫ ହଜାର ୩୯ ଜଣକୁ ଟିକା ଦିଆଯାଇଛି।

ଆଜି ଟିକାକରଣର ୫୦ତମ ଦିନରେ ୧୧ ଲକ୍ଷ ୬୪ ହଜାର ୪୧୨ ଜଣଙ୍କୁ ଟିକା ଦିଆଯାଇଛି ଯେଉଁଥିରେ ୯ ଲକ୍ଷ ୪୪ ହଜାର ୯୧୯ ଜଣଙ୍କୁ ପ୍ରଥମ ଡୋଜ ଟିକା ଏବଂ ୨ ଲକ୍ଷ ୧୯ ହଜାର ୫୦୩ ଜଣଙ୍କୁ ଦ୍ଵିତୀୟ ଡୋଜ ଟିକା ଦିଆଯାଇଛି। ୫୭ ହଜାର ୧୯୮ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୧ ଲକ୍ଷ ୬୫ ହଜାର ୮୪୧ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ଵିତୀୟ ଡୋଜ ଟିକା ଦିଆଯାଇଥିବା ବେଳେ ୧ ଲକ୍ଷ ୪୬ ହଜାର ୮୮୦ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଓ ୫୩ ହଜାର ୬୬୨ ଜଣଙ୍କୁ ଦ୍ଵିତୀୟ ଡୋଜ, ୪୫ରୁ ୫୯ ବର୍ଷ ମଧ୍ୟରେ ୧ ଲକ୍ଷ ୧୪ ହଜାର ୩୬ ଜଣଙ୍କୁ ଓ ୬୦ ବର୍ଷରୁ ଅଧିକ ବୟସର ୬ ଲକ୍ଷ ୨୬ ହଜାର ୮୦୫ ଜଣଙ୍କୁ ପ୍ରଥମ ଡୋଜ ଟିକା ପ୍ରଦାନ କରାଯାଇଛି।

Comments
Loading...