ବିଧାୟିକାଙ୍କ ପାଇଁ ଗଙ୍ଗା ଜଳରେ ପବିତ୍ର ହେଲା ମନ୍ଦିର

0

ହମିରପୁର : ଉତ୍ତରପ୍ରଦେଶର ହମିରପୁର ନିକଟରେ ଏକ ମନ୍ଦିରକୁ ଗଙ୍ଗାଜଳ ସିଞ୍ଚନ ପୂର୍ବକ ପବିତ୍ର କରାଯାଇଛି। ଠାକୁରଙ୍କୁ ଏଲ୍ଲାହାବାଦ ପଠାଯାଇ ଶୁଦ୍ଧ କରାଯାଇଛି। କାରଣ ହେଉଛି; ନିମ୍ନ ଜାତିର ଜଣେ ବିଧାୟିକା ମନ୍ଦିର ପରିଦର୍ଶନ କରିଥିଲେ। ସୂଚନାନୁଯାୟୀ, ସ୍ଥାନୀୟ ବିଜେପି ବିଧାୟିକା ମନୀଷା ଅନୁରାଗୀ ଗତ ୧୨ତାରିଖରେ ମସ୍କୁରା ଖୁର୍ଦ ଗ୍ରାମସ୍ଥିତ ଧ୍ରୁମ୍‍ ଋଷି ମନ୍ଦିର ପରିଦର୍ଶନରେ ଯାଇ ପୂଜାର୍ଚ୍ଚନା କରିଥିଲେ। ସାଙ୍ଗରେ ନିଜର ସମର୍ଥକମାନେ ମଧ୍ୟ ଥିଲେ; କିନ୍ତୁ ଏହି ମନ୍ଦିରକୁ ନିମ୍ନ ବର୍ଗର ଲୋକ ତଥା ମହିଳାଙ୍କୁ ବାରଣ ବୋଲି ସେ ଜାଣି ନଥିଲେ। ତେବେ ମନୀଷାଙ୍କ ପରିଦର୍ଶନ ସମୟରେ ମନ୍ଦିରରେ ପୂଜକ ନଥିଲେ। ପରେ ପୂଜକ ଏହା ଜାଣିବା ପରେ ମନ୍ଦିରକୁ ଗଙ୍ଗା ପାଣିରେ ଧୋଇବା ସହ ଠାକୁରଙ୍କ ମୂ୍‍ର୍ତ୍ତିକୁ ଏଲ୍ଲାହାବାଦ ନେଇ ଶୁଦ୍ଧ କରିବା ପରେ ପୁନଃ ସ୍ଥାପନ କରିଥିଲେ। ବିଧାୟିକା ଏହି ଖବର ପାଇବା ପରେ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ମହିଳାଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି।

Leave A Reply