ଟି-୨୦ ମ୍ୟାଚର ଦିନେ ପୂର୍ବରୁ ବଦଳିଲା ଷ୍ଟାଡିୟମର ନାମ

0

ଲକ୍ଷ୍ନୌ : ଦୀର୍ଘ ୨୪ ବର୍ଷ ପରେ ଉତ୍ତରପ୍ରଦେଶ ଲକ୍ଷ୍ନୌ ଠାରେ ଅର୍ନ୍ତଜାତୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ମ୍ୟାଚ ପୂର୍ବରୁ ରାଜ୍ୟରେ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଇକାନା ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ପୂର୍ବରୁ ଷ୍ଟାଡିୟମର ନାମ ବଦଳାଯାଇଛି। ବର୍ତ୍ତମାନ ଏହି ଷ୍ଟାଡିୟମର ନାମ ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପାୟୀଙ୍କ ନାମରେ ନାମିତ କରାଯାଇଛି। ଏହାକୁ ଉତ୍ତରପ୍ରଦେଶ ରାଜ୍ୟପାଳ ରାମ ନାଇକ ମୋହର ଦେଇ ସାରିଛନ୍ତି।
ସୂଚନାଯୋଗ୍ୟ ଯେ, ଲକ୍ଷ୍ନୌରେ ୧୯୯୪ରେ ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଅଟଳ ବିହାରୀ ବାଜପାୟୀ ଷ୍ଟାଡିୟମରେ ୫୦ହଜାର ଦର୍ଶକ ମ୍ୟାଚ ଦେଖିବାର ବ୍ୟବସ୍ଥା କରାଯାଇଛି।

Comments
Loading...