ଅବସରପ୍ରାପ୍ତ ଡାକ୍ତରଙ୍କୁ ପୁଣି ନିଯୁକ୍ତି ଦେବେ ସରକାର  

ଲଖନଉ: ପୁଣି ଡାକ୍ତରଖାନାରେ ନିଯୁକ୍ତି ପାଇବେ ସରକାରୀ ଡାକ୍ତର । ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ମିଳିଥିବା ସୂଚନା ଅନୁସା​‌ରେ ଅବସରପ୍ରାପ୍ତ ଡାକ୍ତରଙ୍କ ନିଯୁକ୍ତି ନେଇ ଏକ କାଉନସିଲିଂ ହେବ । ଆସନ୍ତା ୧୭ ଓ ୧୮ ତାରିଖରେ ଡାକ୍ତରମାନଙ୍କ କାଉନସିଲିଂ ହେବା ପରେ ସେମାନଙ୍କୁ ଆବଶ୍ୟକଥିବା ଡାକ୍ତରଖାନାରେ ପୁଣି ନିଯୁକ୍ତି ଦେବେ ସରକାର ।

ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ନିର୍ଦେଶାଳୟର ସୂଚନା ଅନୁଯାୟୀ ୬୨ ବର୍ଷ ବୟସ ହେବା ପରେ ଅବସର ନେଇଥିବା ଡାକ୍ତରଙ୍କ ପାଇଁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁଯାୟୀ ୧୯୮ ଜଣ ଅବସରପ୍ରାପ୍ତ ଡାକ୍ତର ଆବେଦନ କରିଛନ୍ତି ।  ସେମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ  ୧୭ ଓ ୧୮ ତାରିଖରେ କାଉନସିଲିଂ ହେବା ପରେ ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି ।

Comments are closed.