ଉତ୍ତରପ୍ରଦେଶ: ଦେଶୀ ମଦ ପିଇ ୫ ମୃତ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶର ସାମଲି ଜିଲା ଝିନଝାନା ଥାନା ଅଧୀନ କମାଲପୁର ଗ୍ରାମରେ ଦେଶୀ ମଦ ପିଇ ୩ ଦିନରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ସୋମବାର ଏବଂ ମଙ୍ଗଳବାର ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ବୁଧବାର ସକାଳେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ସାମିଲ ଜିଲାପାଳ ଏବଂ ଏସ୍‍ପି କମାଲପୁର ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ପୁଲିସ୍‍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରକାଶ ଯେ କମାଲପୁର ଗ୍ରାମରେ ଚୋରାରେ ବିକ୍ରି ହେଉଥିବା ଦେଶୀ ମଦ ପିଇ ମଙ୍ଗଳମାର ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ ପୁଲିସ୍‍ ନିକଟରେ ଅଭିଯୋଗ କରିଥିଲେ। ବୁଧବାର ଆଉ ୨ ଜଣଙ୍କ ମୃତ୍ୟୁ ଘଟି ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଛି। ପୁଲିସ୍‍ ବୁଧବାର ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଅବାଧ ମଦ କାରବାର ଏବଂ ପୁଲିସ୍‍ର ନିଷ୍କ୍ରିୟତାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଗକୁ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତବାନୀ ଦେଇଛନ୍ତି।

Leave A Reply