ୟୁପିରେ ଝଡ଼ବର୍ଷା: ୨୭ ମୃତ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଝଡ ତୋଫାନ ଯୋଗୁଁ ୨୭ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ସରକାରଙ୍କ ମୁଖପାତ୍ରଙ୍କ କହିବା ଅନୁଯାୟୀ ଶୁକ୍ରବାର ଆଗ୍ରାରେ ସର୍ବାଧିକ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୈନିପୁରିରେ ୪, ମୁଜାଫରନଗର ଓ କଶଗଞ୍ଜରେ ୩ଜଣ ଲେଖାଏଁ, ମିରଟ ଓ ବରେଲୀରେ ୨ଜଣ ଲେଖାଏଁ ଏବଂ କାନପୁର ଦେହାତ, ମଥୁରା, ହାପୁର, ଝାନସି, ରାଏବରେଲିରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହି ଝଡ ବର୍ଷାରେ ୧୨ଜଣ ଆହତ ହୋଇଛନ୍ତି।

Leave A Reply