ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ ; ସାତ ମୃତ

ଲଖନଉ : ଉତ୍ତରପ୍ରଦେଶରେ ପ୍ରବଳ ବର୍ଷାର ବିତ୍ପାତ ଜାରି ରହିଛି। ଇଟାବା ଜିଲାରେ ବୁଧବାର ରାତିରେ ବର୍ଷା ଲଗାତାର ଜାରି ରହିଛି। ବର୍ଷା ପାଇଁ ଜନପଦ ଅଞ୍ଚଳର ୩ଟି ସ୍ଥାନରେ କାନ୍ଥ ଭୁଶୁଡି ସାତ ଜଣଙ୍କ ଜୀବନ ଚାଲି ଯାଇଛି। ଘଟଣା ପରେ ପରିଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ଏହି ୩ଟି ଦୁଃଖଦ ଘଟଣରୁ ପ୍ରଥମ ଘଟଣାଟି ସିବିଲ ଅଞ୍ଚଳର ଚନ୍ଦ୍ରପୁରା ଗାଁରେ ଘଟିଛି। ଏଠାରେ କାନ୍ଥ ଭୁଶୁଡି ଜେଜେ ମାଆ ସହ ଶୋଇଥିବା ଅବସ୍ଥାରେ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।
୨ୟ ଘଟଣାଟି ଇକଦିଲ ଥାନା କୃପାପଲାପୁର ଗାଁରେ ଘଟିଛି। ଏଠାରେ କାନ୍ଥ ଭୁଶୁଡି ବୃଦ୍ଧଦମ୍ପତିଙ୍କ ମୃତ୍ୟୁ ଘଟିଛି।
୩ୟ ଘଟଣା ମହେବା ବ୍ଲକ ନିକଟ ଅଞ୍ଚଳରେ ଘଟିଛି। ଏଠାରେ ମଧ୍ୟ କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ ଘଟିଛି। ବର୍ଷା କାରଣରୁ ହୋଇଥିବା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ପୁଲିସ ଓ ବରିଷ୍ଠ ଅଧିକାରୀଙ୍କୁ ଘଟଣା ସ୍ଥଳରେ ପହଞ୍ଚି ସଠିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

Comments are closed.