ଅଟୋକୁ ଧକ୍କା ଦେଲା ଅଜଣା ଗାଡି ; ୪ ମୃତ

ଲଖନଉ : ଉତ୍ତରପ୍ରଦେଶର ଜନପଦ ଅମରୋହାର ଗଜରୌଲା ଥାନା ଅର୍ନ୍ତଗତ ଅଞ୍ଚଳରେ ଅଜଣା ଗାଡି ଏକ ଅଟୋକୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ଗୁରୁତର ମଧ୍ୟ ହୋଇଥିବା ନେଇ ଖବର ମିଳିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ଏହି ଦୁର୍ଘଟଣା ଅମରୋହା ଜନପଦର ଗଜରୌଲା ଥାନା ଅନ୍ତର୍ଗତ ହସନପୁର ରାସ୍ତାରେ ଘଟିଛି । ଏଠାରୁ ଅଟୋ ଚାଳକ ସମେତ ୫ ଜଣ ଯାତ୍ରୀ ଯାଉଥିବା ସମୟରେ ସାମ୍ନା ପଟୁ ଏକ ଅଜଣା ଗାଡି ଉକ୍ତ ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଖୁବ ଜୋରରେ ଘଟିଥିବାରୁ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହ ଯାତ୍ରୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

Comments are closed.