ଟ୍ରକ-କାର ଧକ୍କା ; ଗୋଟିଏ ପରିବାରର ୫ ମୃତ

ଲଖନଉ : ଉତରପ୍ରଦେଶର ବରେଲୀ ଜିଲାର ଇଜତନଗରରେ ଆଜି ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। କାର ଓ ଟ୍ରକ ମଧ୍ୟରେ ଧକ୍କା ହୋଇ ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଚାଲି ଯାଇଛି। ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ମୃତାହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଯୋଗ୍ୟ, ଇଜତନଗରର ବିଲବା ପୋଲରେ ଏହି ଦୁର୍ଘଟଣା ଘଟିଛି। କାରର ଚକା ଫାଟି ଯିବା ପରେ ଏହା ଅନିୟନ୍ତ୍ରିତ ହୋଇ ଟ୍ରକ ସହ ଧକ୍କା ହୋଇ ଥିଲା। ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ କରାଯାଉଛି।

Comments are closed.