ମର୍ମନ୍ତୁଦ ଦୁର୍ଘଟଣା ; କାରକୁ ଧକ୍କା ଦେଲା ବସ୍‍, ୪ ମୃତ

ଔରିଆ : ଉତ୍ତରପ୍ରଦେଶ ସ୍ଥିତ ଔରିଆ ଜିଲାରେ ବେଲା-ବିଧୁନା ମାର୍ଗରେ ଶୁକ୍ରବାର ସକାଳେ କାର ଓ ରୋଡବେଜ୍‍ ବସ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୫ ଜଣ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣା ଜନହିତକାରୀ ଚିକିତ୍ସାଳୟର ସାମ୍ନାରେ ଘଟିଛି।
ବିଧୁନାରୁ କାନପୁର ଯାଉଥିବା ରୋଡବେଜ୍‍ ବସଟି କାରକୁ ଧକ୍କା ଦେଇଥିଲା। ଏଥିରେ  ୪ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ସୂଚନାନୁଯାୟୀ, ଇଟାବା ଜିଲାର ଅଗ୍ରପୁର ଲଖନା ନିବାସୀ ଗୋଟିଏ ପରିବାରର ଦଶ ଜଣ କନୌଜ ରୁ ଗଙ୍ଗା ସ୍ନାନ କରି ଫେରୁଥିଲେ। ଶୁକ୍ରବାର ପ୍ରାୟ ସକାଳ ୬ଟା ସମୟରେ ବେଲା-ବିଧୁନା ମାର୍ଗରେ ଜନହିତକାରୀ ଚିକିତ୍ସାଳୟର ଫାଟକ ନିକଟରେ ବିପରୀତ ଦିଗରୁ ଆସୁଥିବା ବସ୍‍ଟି କାରକୁ ଧକ୍କା ଦେଇଥିଲା।

 

 

Comments are closed.