ଆମ୍ବୁଲାନ୍ସ ଓ କଣ୍ଟେନର ଧକ୍କା ; ସାତ ମୃତ

ବରେଲୀ : ଉତ୍ତରପ୍ରଦେଶର ବରେଲୀ ଜିଲାରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସ ଓ କଣ୍ଟେନର ମଧ୍ୟରେ ଦୁର୍ଘଟଣା ଘଟି ସାତ ଜଣଙ୍କ ଜୀବନ ଚାଲି ଯାଇଛି । ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନାନୁଯାୟୀ, ବରେଲୀ ଜିଲାରେ ଫତେଗଞ୍ଜ ଥାନା ଅଞ୍ଚଳରେ ଆମ୍ବୁଲାନ୍ସ ଓ କଣ୍ଟେନର ମଧ୍ୟରେ ଭୀଷଣ ଧକ୍କା ହୋଇ ଘଟଣା ସ୍ଥଳରେ ହିଁ ସାତ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି ।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଶୋକସନ୍ତପ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Comments are closed.