କଣ୍ଟେନର-ସ୍କର୍ପିଓ ଧକ୍କା ; ଗୋଟିଏ ପରିବାରର ଦୁଇ ଶିଶୁ ସମେତ ପାଞ୍ଚ ମୃତ

ଲଖନଉ : ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲାରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। କଣ୍ଟେନର ଓ ସ୍କର୍ପିଓ ମଧ୍ୟରେ ଦୁର୍ଘଟଣା ଘଟି ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଗାଡି ଖୁବ ଜୋରରେ କ୍ଷତିଗ୍ରସ୍ତ ହୋଇଛି।
ସୂଚନାନୁଯାୟୀ,ଗୁଲାବଠୀ-ବୁଲନ୍ଦସହର ହାଇୱେରେ ବରାଲ ଗାଁ ନିକଟରେ କଣ୍ଟେନର ଓ ସ୍କର୍ପିଓ ମଧ୍ୟରେ ଧକ୍କା ହୋଇଛି। ମର୍ମନ୍ତଦ ଦୁର୍ଘଟଣାରେ ୫ ଜଣ ଆଖି ବୁଜିଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ସାମିଲ ରହିଛନ୍ତି। ବୁଲନ୍ଦସହରରେ ବାସ କରୁଥିବା କିଛି ଶ୍ରଦ୍ଧାଳୁ ବାବା କେଦାରନାଥଙ୍କ ଦର୍ଶନ ପାଇଁ ଯାଉଥିଲେ। ବରାଲ ଗାଁ ନିକଟରେ ସ୍କର୍ପିଓଟି ରାସ୍ତାରେ ଠିଆ ହୋଇଥିବା କଣ୍ଟେନର ସହ ଧକ୍କା ହୋଇଥିଲା। ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମୃତାହତଙ୍କୁ ଉଦ୍ଧାର କରିବା ସହ ଆହତଙ୍କୁ ହସ୍ପିଟାଲରେ ଓ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ କରାଯାଉଛି।

Comments are closed.