ଟେମ୍ପୋ –ବୋଲେରୋ ଧକ୍କା ; ଦୁଇ ଶିଶୁ ସମେତ ଆଠ ମୃତ

ଲଖନଉ : ଉତ୍ତରପ୍ରଦେଶର କାସଗଞ୍ଜ ଜିଲାରେ ମଙ୍ଗଳବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି।ପଟିୟାଲୀ ଥାନା ଅନ୍ତର୍ଗତ କାୟମଗଞ୍ଜ ମାର୍ଗରେ ଗାଁ ଅଶୋକପୁର ମୋଡ ନିକଟରେ ବୋଲେରୋ – ଟେମ୍ପୋ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସହ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଆହତ ହୋଇଛନ୍ତି।
ଖବର ପାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ନେଇ ଆଶଙ୍କା କରାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନାନୁଯାୟୀ, ଟେମ୍ପୋରେ ପ୍ରାୟ ୧୦ ଜଣ ଯାତ୍ରୀ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମହିଳାମାନେ ଏକ ସତସଙ୍ଗରେ ଯୋଗ ଦେବାକୁ ଯାଉଥିବା ବେଳେ ଅଶୋକପୁର ମୋଡ ନିକଟରେ ଦ୍ରୁତ ଗତିରେ ଆସୁଥିବା ବୋଲେରୋ ଗାଡି ଟେମ୍ପୋକୁ ଧକ୍କା ଦେଇଥିଲା।
ଧକ୍କା ଖୁବ ଜୋରରେ ହୋଇଥିବାରୁ ଟେମ୍ପୋର ଅଧିକାଂଶ ଅଂଶ କ୍ଷତିଗ୍ରସ୍ତ ହୋଇଛି।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

 

Comments are closed.