ବୋଲେରୋ-ବସ ଧକ୍କା ; ୬ ମୃତ

ଦେବରିୟା : ଉତ୍ତରପ୍ରଦେଶର ଦେବରିୟାରେ ବଡ ଧରଣର ସଡକ ଦୁର୍ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି। ବୋଲେରୋ-ବସ ଧକ୍କା ହୋଇ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୬ ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସଭିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ,ଗୌରୀ ବଜାର-ରୁଦ୍ରପୁର ମାର୍ଗରେ ସୋମବାର ବିଳମ୍ବିତ ରାତିରେ ଇନ୍ଦ୍ରପୁର କାଳୀ ମନ୍ଦିର ନିକଟରେ ବୋଲେରୋ ଓ ବସ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୫ ଜଣଙ୍କର ଘଟଣାସ୍ଥଳରେ ଓ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଉକ୍ତ ବୋଲେରୋ ଥିବା ସଭିଏଁ  ରୁଦ୍ରପୁର ଏକ ସମାରୋହରେ ଯୋଗ ଦେଇ ଫେରୁଥିଲେ। ଗୌରୀ ବଜାର-ରୁଦ୍ରପୁର ମାର୍ଗରେ ସାମ୍ନା ପଟୁ ଆସୁଥିବା ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଜୋରରେ ଥିଲା ଯେ,ବୋଲେରୋ ଖୁବ ଜୋରରେ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ମାତ୍ରେ ସ୍ଥାନୀୟ ଲୋକେ ପହଞ୍ଚିବା ସହ ପୁଲିସ ଓ ଉଦ୍ଧାରକାରୀ ଦଳଙ୍କୁ ଖବର ଦେଇଥିଲେ। ବହୁ ଚେଷ୍ଟା ପରେ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

 

Comments are closed.