ଉତ୍ତରପ୍ରଦେଶ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ; ଉଦାହରଣ ଦେଇ କହିଲେ ସବୁ ବଳାତ୍କାରର ପ୍ରକୃତି ଥାଏ ଭିନ୍ନ ଭିନ୍ନ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମନ୍ତ୍ରୀ ଉପେନ୍ଦ୍ର ତିୱାରୀ ବଳାତ୍କାର ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ତ୍ତରପ୍ରଦେଶ ଆଲିଗଡ଼ ଜିଲାରେ ଏକ ଅଢେଇ ବର୍ଷ ଶିଶୁର ନିର୍ମମ ହତ୍ୟାକାଣ୍ଡକୁ ନେଇ ଦେଶରେ ଆକ୍ରୋଶ ଦେଖାଦେଇଥିବାବେଳେ ମନ୍ତ୍ରୀଙ୍କ ଏହି ବୟାନ ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି।
ବଳାତ୍କାର ବୃଦ୍ଧି ପ୍ରସଙ୍ଗରେ ମନ୍ତ୍ରୀ ଉପେନ୍ଦ୍ର ତିୱାରୀ ରବିବାର କହିଛନ୍ତି ଯେ ପ୍ରତି ବଳାତ୍କାରର ପୃକିତି ଭିନ୍ନ ଭିନ୍ନ ରହିଥାଏ। ନାବାଳିକାଙ୍କ ସହ ବଳାତ୍କାର ହେବାର କଥା ଶୁଣିବାକୁ ମିଳିଥାଏ ମାତ୍ର ୩୦ରୁ ୩୪ ବର୍ଷର ବିବାହିତ ମହିଳାଙ୍କ ସହ ବଳାତ୍କାର କଥା ଶୁଣିିିିିିିବାକୁ ମିଳିନଥାଏ। କାରଣ ତାହା ଏକ ଭିନ୍ନ ମାମଲା ହୋଇଥାଏ। ୩୦ରୁ ୩୪ ବର୍ଷର ବିବାହିତ ମହଳାଙ୍କ ସହ ବଳାତ୍କାର ଅଭିଯୋଗ ପଛରେ ପ୍ରେମ ପ୍ରସଙ୍ଗର ମାମଲା ବି ସାମିଲ ଥାଏ। ତେଣୁ ପ୍ରତି ବଳାତ୍କାରର ପ୍ରକୃତି ଭିନ୍ନ ଭିନ୍ନ ଥାଏ। ଏହା ପୂର୍ବରୁ ଉପେନ୍ଦ୍ର ତିୱାରୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ।

Comments are closed.