ଉତ୍ତରପ୍ରଦେଶର ପଞ୍ଚାୟତି ରାଜ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଧୁରୀଙ୍କୁ କରୋନା

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପଞ୍ଚାୟତି ରାଜ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଧୁରୀ ବୁଧବାର କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ନିଜେ ଟ୍ବିଟ୍ କରି ଏବିଷୟର ସୂଚନା ଦେଇଛନ୍ତି।

ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଧୁରୀ ଟ୍ବିଟ୍ କରି ଲେଖିଛନ୍ତି,‘ କରୋନାର ଲକ୍ଷଣ ଦେଖାଯିବାରୁ ମୁଁ ନିଜର କୋଭିଡ-୧୯ ଟେଷ୍ଟ କରାଇଥିଲି ଏବଂ ମୋର ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଗତ କିଛି ଦିନରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ସଙ୍ଗରୋଧରେ ରହିବା ସହିତ ତୁରନ୍ତ କରୋନା ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି।

Comments are closed.