ଉତ୍ତରପ୍ରଦେଶରେ ମଦ ମୃତ୍ୟୁ ସଂଖ୍ୟା ୮୨କୁ ବୃଦ୍ଧି

0

ବାରଣାସୀ : ଉତ୍ତରପ୍ରଦେଶରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ୮୨ରେ ପହଞ୍ଚିଛି। ଏ ନେଇ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। କଂଗ୍ରେସ ମୁଖପାତ୍ର ଅଖିଳେଶ ପ୍ରତାପ ସିଂହ କହିଛନ୍ତି ଉତ୍ତରପ୍ରଦେଶ ସରକାର କେମିକାଲ ଫ୍ରେଣ୍ଡଲି ହୋଇଯାଇଛନ୍ତି। ଯୋଗୀଙ୍କ ଶାସନରେ ଅପରାଧୀ ମସ୍ତ, ଜନତା ତ୍ରସ୍ତ ବୋଲି ତାତ୍ସଲ୍ୟ କରିଛନ୍ତି।
ସୂଚନା ଯୋଗ୍ୟ ଯେ ବିଷାକ୍ତ ମଦ ପିଇ ସବୁଠାରୁ ଅଧିକ ମୃତ ସହାରନପୁରରେ ବର୍ତ୍ତମାନ ସୁଦ୍ଧା ୩୬ଜଣ, ମେରଠରେ ୧୮ଜଣ, ଋଡକି ୨୦ଜଣ, କୁଶିନଗର ୮ଜଣଙ୍କ ମୃତ୍ୟୁ ହୋଇଛି। ପୁଲିସ ଏହି ଘଟଣାରେ ତଦନ୍ତ କରି ୧୬୦୦ ବକ୍ସ ମଦ ଜବତ କରିଛି।

Leave A Reply